ଆସନ୍ତାକାଲି କଳା ଉତ୍ସବକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କଳା ଉତ୍ସବ ୨୦୨୨ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଓ ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆସନ୍ତାକାଲି ଠାରୁ ୭ ତାରିଖ ପର୍ଯ୍ୟନ୍ତ ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ), ଭୁବନେଶ୍ୱର ଠାରେ ଆୟୋଜିତ ହେବ । କଳା ଉତ୍ସବର ଉଦଘାଟନୀ ସମାରୋହକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ । ଏହି ଉତ୍ସବରେ ସଚିବ, ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ଶ୍ରୀ ସଞ୍ଜୟ କୁମାର ଏବଂ ନିର୍ଦ୍ଦେଶକ, ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ, ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ମଧ୍ୟ ଯୋଗଦେବେ । କଳା ଉତ୍ସବରେ ୧୦ ଟି କଳା କୁ ପ୍ରଦର୍ଶିତ କରାଯିବ ଯଥାଭୋକାଲ୍ ମ୍ୟୁଜିକ୍ – ଶାସ୍ତ୍ରୀୟ,ଭୋକାଲ୍ ମ୍ୟୁଜିକ୍ – ପାରମ୍ପରିକ, ବାଦ୍ୟଯନ୍ତ୍ର ସଂଗୀତ – ପରକ୍ୟୁସିଭ୍, ଇନଷ୍ଟ୍ରୁମେଂଟାଲ୍ ମ୍ୟୁଜିକ୍ – ମେଲୋଡିକ୍,ନୃତ୍ୟ – ଶାସ୍ତ୍ରୀୟ, ନୃତ୍ୟ – ଲୋକ, ଭିଜୁଆଲ୍ ଆର୍ଟସ (୨-ଡାଇମେନ୍ସନାଲ୍), ଭିଜୁଆଲ୍ ଆର୍ଟସ (୩-ଡାଇମେନ୍ସନାଲ୍), ସ୍ୱଦେଶୀ ଖେଳନା ଏବଂ ଖେଳ ଏବଂ ଡ୍ରାମା (ଏକକ ଅଭିନୟ) । ଛାତ୍ରମାନେ ଏହି ସମସ୍ତ ବର୍ଗରେ ସେମାନଙ୍କର କଳା ପ୍ରଦର୍ଶନ କରିବେ । କଳା ଉତ୍ସବ ୨୦୨୨ ଟି ୩୬ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିରୁ ୭୧୪ ଟି ଏଂଟ୍ରି ଗ୍ରହଣ କରିଛନ୍ତି ଯେଉଁଥିରେ ୩୫୭ ବାଳିକା ଏବଂ ୩୫୭ ବାଳକ ୭ ଜଣ ଦିବ୍ୟାଙ୍ଗ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ୩, ୪ ଏବଂ ୫ ଜାନୁୟାରୀ ୨୦୨୩ ରେ ଅନୁଷ୍ଠିତ ହେବ ଯାହାକି ପ୍ରଖ୍ୟାତ କଳାକାରମାନଙ୍କ ଦ୍ୱାରା ବିଚାର କରାଯିବ । ଉଦ୍ଯାପନୀ ଉତ୍ସବ ୭ ଜାନୁୟାରୀ ୨୦୨୩ ରେ ଅନୁଷ୍ଠିତ ହେବ । ଉଦଯାପନୀ ଉତ୍ସବରେ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ର ମନ୍ତ୍ରୀ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର , ଡା. ସୁଭାଷ ସରକାର ଓ ଡା. ରାଜକୁମାର ରଞ୍ଜନ ସିଂ, ରାଷ୍ଟ୍ର ମନ୍ତ୍ରୀ ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଅତିଥି ଭାବରେ ଯୋଗ ଦେବେ ।
