ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପୁଣ୍ୟତିଥିରେ ଶ୍ରେଦ୍ଧାଞ୍ଜଳି ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା. ମହାନ ଶିକ୍ଷାବିତ, ଭାରତରତ୍ନ ମହାମନା ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପୁଣ୍ୟତିଥିରେ ଶତ ଶତ ନମନ । ଦେଶଭକ୍ତି ଓ ତ୍ୟାଗର ପ୍ରତିମୂର୍ତି ପଣ୍ଡିତ ମାଲବୀୟ ଶିକ୍ଷା ଦ୍ୱାରା ସମାଜ ଓ ରାଷ୍ଟ୍ର ନିର୍ମାଣକୁ ଏକ ନୂଆ ଦିଗ ଦେଇଥିଲେ । ତାଙ୍କର ବିଚାର ଆଦି ମଧ୍ୟ ପ୍ରାସଙ୍ଗିକ ଓ ପ୍ରେରଣାଦାୟୀ ଅଟେ ।
