ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ, ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସେ ଭୁବନେଶ୍ୱର ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପାର୍ଘ ଅର୍ପିତ କରିଛନ୍ତି । । ତାଙ୍କର ବୀରତ୍ୱ, ନେତୃତ୍ୱ ଓ ତ୍ୟାଗ ମନୋବୃତ୍ତି ଭବିଷ୍ୟତ ଯୁବପିଢିଙ୍କ ପାଇଁ ପାଥେୟ ହେବ, ଏହା ମୋର ପୂର୍ଣ୍ଣ ବିଶ୍ୱାସ ବୋଲି ସେ ଏହି ଅବସରରେ କହିଛନ୍ତି ।
