ରାଜ୍ୟସଭା ଦିବସରରେ ଶୁଭକାମନା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ରାଜ୍ୟ ସଭା ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟସଭା ଦିବସ ଅବସରରେ ଏହାର ସମସ୍ତ ସଦସ୍ୟ, ପୂର୍ବତନ ସଦସ୍ୟ ଓ ସଚିବାଳୟର ସଦସ୍ୟ ମାନଙ୍କୁ ଅଭିବାଦନ । ରାଜ୍ୟସଭା ସାର୍ଥକ ବିମର୍ଶ ମାଧ୍ୟମରେ ଗଣତନ୍ତ୍ରକୁ ଆହୁରି ମଜବୁତ କରିଛି । ଆସନ୍ତୁ ଆମେ ସମସ୍ତେ ମିଶି ବିକଶିତ ଭାରତର ଭିଜନକୁ ପୂରା କରିବାକୁ ଯଥାସମ୍ଭବ ଚେଷ୍ଟା କରିବା ।
