ଆଜି ଗାନ୍ଧୀ ଭବନକୁ ଲୋକାର୍ପିତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେଠାରେ ଗାନ୍ଧୀ ଭବନକୁ ଲୋକାର୍ପିତ କରିବେ । କେନ୍ଦ୍ରମନ୍ତ୍ରୀ ଆଜି ଦେବାନଗେରେ ଏବଂ ହୁବୁଳି ଠାରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଶାହା ଅପରାହ୍ନଣରେ ହୁବୁଳି ବିମାନବନ୍ଦରରେ ପହଂଚିବା ପରେ ଏକ ହେଲିକପ୍ଟର ଯୋଗେ ଦେବାନଗେରେକୁ ଅଭିମୁଖେ ଯିବେ । ତାଙ୍କର ସହିତ ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍ ବୋମୋଇ ମଧ୍ୟ ଉପସ୍ଥିତ ରହିବେ ।
କେନ୍ଦ୍ରମନ୍ତ୍ରୀ ଆଜି କର୍ଣ୍ଣାଟକରେ ଏକାଧିକ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବାର ଅଛି । ଶାହା ଦେବାନଗେରେ ଜିଲ୍ଲାର ହରିହର ତାଲୁକରେ ଏକ ପୋଲିସ ପବ୍ଲିକ ସ୍କୁଲ ଉଦଘାଟନ କରିବେ । ଏଥି ସହିତ ଅମିତ ଶାହା କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ବଡ଼ ଝିଅ ଅର୍ପିତାଙ୍କ ସହିତ କେଏସ ହୃଷୀକେଶଙ୍କ ବିବାହ ପ୍ରୀତିଭୋଜନରେ ଉପସ୍ଥିତ ରହିବେ ।
