ଶ୍ରୀଜୀଉଙ୍କୁ ଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ପୁରୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଏ ଆଜି ପୁରୀଗସ୍ତ ଆସି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଦର୍ଶର୍ନ କରିବା ପରେ ଗଣମାଧ୍ୟମକୁ କହିଛନ୍ତି ବିଶ୍ୱବାସୀଙ୍କୁ ସୁସ୍ଥରେ ରଖନ୍ତୁ । ଦ୍ୱାରିକା ଧାମରୁ ଶ୍ରୀକ୍ଷେତ ଧାମକୁ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମହାଆନନ୍ଦ ଅନୁଭବ କରୁଛି । ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରନ୍ତୁ । କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେପି ବରିଷ୍ଠ ନେତୃବନ୍ଦୃ ଦର୍ଶନରେ ସାମିଲ ଥିଲେ ।
