ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ : ଏହିସବୁ ଉପରେ ରହିବ ନଜର
ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ । କୋଭିଡ୍ ମହାମାରୀରେ ପ୍ରଭାବିତ ହୋଇଥିବା ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି । ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କଣ ରହିବ ତା ଉପରେ ବି ନଜର ରହିଛି । ପାରମ୍ପରିକ କୃଷି ଓ ଭିତିଭୂମି ସାଙ୍ଗକୁ କରୋନା ମାଡ଼ରେ ବିପର୍ଯ୍ୟସ୍ତ ଶିକ୍ଷା ଓ ସେବା କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହିବ ।
ଭାରତକୁ ଇଣ୍ଡଷ୍ଟ୍ରିଆଲ ହବ୍ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଦକ୍ଷତା ବିକାଶ, ଷ୍ଟାଟ୍-ଅପ୍, ସେମି କଣ୍ଡକ୍ଟର ଓ ବୈଦୁତ୍ୟିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି ନୂଆଓ ରପ୍ତାନୀଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯିବା ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଚଳିତ ବର୍ଷ ବଜେଟକୁ ୧୪ ପ୍ରତିଶତ ବୃଦ୍ଧି ଅର୍ଥାତ ୩୯.୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିପାରନ୍ତି। ଚଳିତ ବଜେଟରେ ଟ୍ୟାକ୍ସ ରେଟ ଅପରିବର୍ତ୍ତିତ ରହିପାରେ। ସେହିପରି ବଜେଟରେ ଗ୍ରାମାଞ୍ଚଳର ବିକାଶକୁ ଗୁରତ୍ୱ ଦିଆଯାଇ ପାରେ। ମୁଖ୍ୟତ ନିଯୁକ୍ତି , ଚାଷୀଙ୍କୁ ସାର ସବିସିଡି ଦେଇ ଆର୍ଥକି ସଶକ୍ତ ପାଇଁ ପଦକ୍ଷେପ ନିଆଯାଇ ପାରେ। ଚଳିତ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର ୮ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଧିକ ସରକାରୀ ନିବେଶ ଅଭିବୃଦ୍ଧିର ବାହକ ହେବ ବୋଲି ଆକଳନ କରାଯାଇଛି।
