ରାଜ୍ୟସଭାର ସଭାପତି ଦାୟିତ୍ୱ ପ୍ରଥମ ଥର ପାଇଁ ନେଉଥିବାରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଶୁଭକାମନା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାର ସଭାପତି ଦାୟିତ୍ୱ ପ୍ରଥମ ଥର ପାଇଁ ନେଉଥିବାରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟସଭାର ସଭାପତି ଭାବେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ପ୍ରଥମ ଥର ପାଇଁ ଗୃହର ପରିଚାଳନା କରିବେ । ତାଙ୍କର ଅଗାଧ ଜ୍ଞାନ ଓ ବୃହତ ଅଭିଜ୍ଞତା କାରଣରୁ ରାଜ୍ୟସଭାର ଗରିମା ଓ ଉତ୍ପାଦକତା ବଢିବ ଓ ଲୋକ କଲ୍ୟାଣକୁ ଗତି ମିଳିବ । ଜଗଦୀପ ଧନଖଡଙ୍କୁ ମୋର ଶୁଭକାମନା ।
