ବିଜୟ ଦିବସ ଅବସରରେ ଦେଶବାସୀଙ୍କୁ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଜଣାଇଲେ ଶୁଭକାମନା
ଭୁବନେଶ୍ୱର : କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ସମସ୍ତ ଦେଶବାସୀଙ୍କୁ ବିଜୟ ଦିବସ ଅବସରରେ ଶୁଭକାମନା । ୧୬ ଡିସେମ୍ବର ଆଜିର ଦିନରେ ଭାରତୀୟ ସେନା ନିଜର ଅଦମ୍ୟ ସାହସ ଓ ପରାକ୍ରମ ଜରିଆରେ ଶତ୍ରୁକୁ ଆଣ୍ଠୁ ମାଡିବାକୁ ବାଧ୍ୟ କରିଥିଲେ । ନିଜର ନିଷ୍ଠା, ସମର୍ପଣ ଓ ବୀରତ୍ୱ ଜରିଆରେ ଭାରତୀୟ ବସୁନ୍ଧରାକୁ ଗୌରବାନ୍ୱିତ କରିଥିବା ସମସ୍ତ ବୀର ସୈନିକ ମାନଙ୍କୁ ନମନ ।
