ଆଜି ଆସିବ ସାଧାରଣ ବଜେଟ୍ ୨୦୨୩-୨୪, ସଂସଦରେ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ୨୦୨୩-୨୪ ବର୍ଷ ଲାଗି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ଯାହାକି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍କ ବଜେଟ୍ ହେବ । ତେବେ ୨୦୨୪ରେ ସାଧାରଣ ନିର୍ବାଚନ ଥିବାକୁ ଏହା ଶେଷ ପୂର୍ଣ୍ଣ ବଜେଟ୍ ହେବ । ତେବେ ସଂସଦରେ ଅର୍ତମନ୍ତ୍ରୀ ନିର୍ମଳା ସିତାରମଣ ଏହି ବଜେଟ ଉପସ୍ଥାପନ କରିବା ସହ ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରାଇବା ଭଳି ବଜେଟ୍ ଉପସ୍ଥାପନ କରି ପାରନ୍ତି ସରକାର । ତେବେ ଏହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ଆଶା ରହିଛି ।
ସରକାରଙ୍କ ପକ୍ଷରୁ ମଙ୍ଗଳବାର ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ ଉପସ୍ଥାପନ କରାଯାଇଛି। ଏଥିରେ ଆକଳନ କରାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪)ରେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ହ୍ରାସ ପାଇବ। କିନ୍ତୁ କୁହାଯାଇଛି ଯେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍ ), ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପ୍ ମେଣ୍ଟ୍ ବ୍ୟାଙ୍କ (ଏଡିବି) ଓ ଭାରତୀୟ ରିଜର୍ଭ ବ୍ୟାଙ୍କ କରିଥିବା ଆକଳନ ଆଧାରରେ ସରକାର ସର୍ଭେ ରିପୋର୍ଟରେ ଏଭଳି ଦାବି କରିଛନ୍ତି।
ଆଜି ଉପସ୍ଥାପନ ହେବାକୁ ଥିବା ସାଧାରଣ ବଜେଟରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଟିକସ ରିହାତିର ସମ୍ଭାବନା ରହିଛି । ଏଥିିସହିତ ଗ୍ରାମୀଣ ନିଯୁକ୍ତି ଏବଂ ଗୃହ ନିର୍ମାଣ ଆଦିକୁ ପ୍ରାଧାନ୍ୟ ମିଳିବାର ମଧ୍ୟ ଆଶା ପ୍ରକଟ ହେଉଛି । ସେହିପରି ଶିକ୍ଷା, ଗ୍ରାମୀଣ ବିକାଶ, ରୋଜଗାର ଓ ପାନୀୟ ଜଳ ଆଦି କ୍ଷେତ୍ରରେ ବ୍ୟୟବରାଦ ବଢାଇବେ ବୋଲି ଚର୍ଚ୍ଚା ହେଉଛି । ଏତତ୍ ବ୍ୟତୀତ ରାଜ୍ୟମାନଙ୍କୁ ସହଞ୍ଚାଳ ସଂସ୍କାର କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯିବାରା ମଧ୍ୟ ସମ୍ଭାବନା ରହିଛି । ଏତତ୍ ବ୍ୟତୀତ ବଜେଟରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିିତ ହେଉଛି । ଯାହାକି ରେଳବାଇ କ୍ଷେତ୍ରରେ ଓଡିଶାକୁ ତାର ପ୍ରାପ୍ୟ ମିଳିବ ନା ନିରାଶ ହେବାକୁ ପଡିବ ତାହା ବଜେଟ୍ ଉପସ୍ଥାପନ ପରେ ହିଁ ଜଣାପଡିବ । ତେବେ ୨୦୨୩ -୨୪ ବଜେଟ୍ ଆସିବା ପରେ ହିଁ ଜଣାପଡିବ ଏହା ସଧାରଣ ଜନତାଙ୍କୁ କେତେ ମାତ୍ରାରେ ସୁହାଇବ ।
ଏତତ୍ ବ୍ୟତୀତ ୨୦୨୩ ଏବଂ ୨୪ ବର୍ଷ ହେଉଥିବା ଏହି ବଜେଟରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି । ତେବେ ଏହି ବଜେଟରେ ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ମୁଦ୍ରାସ୍ପୀତି କମାଇବକୁ ମଧ୍ୟ ଉଦ୍ୟମ ହୋଇପାରେ । ଏଥିିସହିତ ସ୍ୱାସ୍ଥ୍ୟବିମା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ସେହିପରି ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଟିକସ୍ ରିହାତି ମିଳିପାରେ ବୋଲି ସମ୍ଭାବନା ରହିଛି । ଏହିସବୁପରେ ଆୟକର ସୀମା ମଧ୍ୟ ଅଢେଇ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ବିଶ୍ବ ସ୍ତରରେ ଘଟିବାକୁ ଥିବା ବିଭିନ୍ନ ଅର୍ଥନୈତିକ ଓ ରାଜନୈତିକ ଘଟଣା ପ୍ରଭାବରେ ବାସ୍ତବ ଅଭିବୃଦ୍ଧି ହାର ୬ରୁ ୬.୮ ପ୍ରତିଶତ ମଧ୍ୟରେ ରହିବ। ସେହିଭଳି ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ରେ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। କରୋନା ମହାମାରୀ, ରୁଷ୍-ୟୁକ୍ରେନ୍ ଯୁଦ୍ଧ, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ସୁଧ ବୃଦ୍ଧି, ମହଙ୍ଗା ଡଲାର ଓ ଚଳନ୍ତି ଖାତା ନିଅଣ୍ଟରେ ବୃଦ୍ଧି ଭଳି ବହୁ ଆହ୍ବାନ ସତ୍ତ୍ବେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିବ। ନିକଟରେ ଚୀନ୍ ରେ ଦେଖାଦେଇଥିବା କରୋନା ମହାମାରୀ ଲହର ଯୋଗାଣ ଶୃଙ୍ଖଳକୁ ବିଶେଷ ପ୍ରଭାବିତ କରିନାହିଁ ଏବଂ ଏହାର ପ୍ରଭାବରେ ସ୍ବାସ୍ଥ୍ୟ ଓ ଅର୍ଥନୀତିରେ ମଧ୍ୟ ବିଶେଷ କ୍ଷତି ହୋଇନାହିଁ।
ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଭଳି ସ୍ଥିତି ରହିଥିବା ବେଳେ ଭାରତରେ ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ କମ୍ ଥିବାରୁ ଭାରତକୁ ଅଧିକ ବିଦେଶୀ ପୁଞ୍ଜି ଆସିବ। ନିକଟରେ ବଡ଼ ବଡ଼ ପ୍ରଯୁକ୍ତି କଂପାନିରେ ହେଉଥିବା ବ୍ୟାପକ ଛଟେଇ ଯୋଗୁ ମାନ୍ଦାବସ୍ଥା ଭୟ ଆହୁରି ବଢ଼ିଯାଇଥିବା ରିପୋର୍ଟରେ କୁହାଯାଇଛି। ଏଥର ବଜେଟରେ ଓଡ଼ିଶାକୁ ପୂର୍ବଠାରୁ ଅଧିକ ଅନୁଦାନ ମିଳିବାର ଆଶା କରାଯାଉଛି । ବିଶେଷ କରି ରେଳ ବିଭାଗରେ ଅଧିକ ଅନୁଦାନ ମିଳିପାରେ।
