ୱାର୍ଦ୍ଧା ନଦୀରେ ଅଘଟଣ : ଡଙ୍ଗା ଓଲଟି ୧୧ ମୃତ, ୮ ନିଖୋଜ
ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀ ସ୍ଥିତ ୱାର୍ଦ୍ଧା ନଦୀରେ ଅଘଟଣ । ଡଙ୍ଗା ଓଲଟି ଏଯାବତ ୧୧ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ୮ ଜଣ ନିଖୋଜ ଅଛନ୍ତି । ଖବରପାଇ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ୧୧ ଜଣ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି ।
ସୂଚନା ଯେ, ଗୋରେଗାଓଁରୁ ସମସ୍ତେ ଅନ୍ତିମ ସଂସ୍କାର କାମ ପାଇଁ ଆସିଥିଲେ। ଅନ୍ତିମ ସଂସ୍କାର ଶେଷ କରିବା ପରେ ମଙ୍ଗଳବାର ସକାଳେ ଏହି ପରିବାର ନରଖେଡ ତାଲୁକାର ଜୁଞ୍ଜ ଅଞ୍ଚଳ ବୁଲିବାକୁ ଯାଇଥିଲେ। ଶିବ ମନ୍ଦିର ଦର୍ଶନ କରିବା ପାଇଁ ସେମାନେ ଏକ ଡଙ୍ଗା ସାହାଯ୍ୟରେ ୱାର୍ଦ୍ଦା ନଦୀରେ ଯାତ୍ରା କରିଥିଲେ। ଦୁର୍ଭାଗ୍ୟବଶତଃ ଏହି ସମୟରେ ଡଙ୍ଗାଟି ଓଲଟି ପଡିଥିଲା।
