ଜୟପୁର ସବ-ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଜୟପୁର : ଜୟପୁର ସବ-ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣଙ୍କ ହେଲେ ସିଆଡିମାଳ ଗାଁର କମଳ ଲୋଚନ ଦଣ୍ଡସେନା ।
ଦୁଷ୍କର୍ମ ଓ ହତ୍ୟା ପରି ସଙ୍ଗୀନ ମାମଲାରେ ସେ ଗତ ୪ ବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ । ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ି ନାହିଁ । ପ୍ରାଥମିକ ସୂଚନା ଅନୁଯାୟୀ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନେଇଥିଲେ ଜେଲ୍ କର୍ତ୍ତୃପକ୍ଷ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
