ଜାତିସଂଘ ମାନବ ଅଧିକାର ପରିଷଦରେ ରୁଷ୍ ବିରୋଧରେ ନିନ୍ଦା ପ୍ରସ୍ତାବ, ପୁଣି ନିବୃତ୍ତ ରହିଲା ଭାରତ
Representatives voting in favor of a resolution raise their hands during a U.N. Security Council meeting on the Russian invasion of the Ukraine, Friday Feb. 25, 2022 at U.N. headquarters. Russia vetoed a Security Council resolution demanding that Moscow stop its attack on Ukraine and withdraw all troops. Friday's vote was 11-1, with China, India and the United Arab Emirates abstaining. It showed significant but not total opposition to Russia's invasion of its smaller, militarily weaker neighbor. (AP Photo/John Minchillo)
ନୂଆଦିଲ୍ଲୀ: ମିଳିତ ଜାତିସଂଘର ମାନବ ଅଧିକାର ପରିଷଦରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବରୁ ଭାରତ ପୁଣି ନିଜକୁ ଦୂରେଇ ରଖିଛି। ଭାରତ ଚତୁର୍ଥ ଥର ପାଇଁ ୟୁକ୍ରେନ ପ୍ରସଙ୍ଗରେ ଜାତିସଂଘ ଭୋଟିଂରୁ ନିବୃତ୍ତ ରହିଛି । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାନବିକ ଅଧିକାର ଉଲ୍ଲଂଘନ ପରିପ୍ରେକ୍ଷୀରେ ଏହି ପ୍ରସ୍ତାବ ଅଣାଯାଇଥିଲା। ସଂଖ୍ୟା ଗରିଷ୍ଠ ଭୋଟ ସହିତ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା | ୩୨ ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ। ଭାରତ ସମେତ ୧୩ ଟି ଦେଶ ଏଥିରେ ଭାଗ ନେଇନଥିଲେ। ଏଥିସହିତ ଦୁଇଟି ସଦସ୍ୟ ରାଷ୍ଟ୍ର ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ। ଏହା ସହ ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ତଦନ୍ତ ପାଇଁ ତିନିଜଣିଆ ତଦନ୍ତ କମିଶନ ଗଠନକୁ ଅନୁମୋଦନ କରାଯାଇଥିଲା।
ୟୁକ୍ରେନ ଉପରେ ଆକ୍ରମଣ ପରେ ଜାତିସଂଘର ବିଭିନ୍ନ ସଂସ୍ଥା ରୁଷ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି। ଏଥି ମଧ୍ୟରେ ସୁରକ୍ଷା ପରିଷଦ (ୟୁଏନଏସସି) ଏବଂ ସାଧାରଣ ସଭା (ୟୁଏନଜିଏ) ଅନ୍ତର୍ଭୁକ୍ତ | ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ଉପରେ ଭାରତ ଭୋଟିଂରେ ଅଂଶଗ୍ରହଣ କରିନାହିଁ। ୟୁକ୍ରେନ ପ୍ରସଙ୍ଗରେ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରିଛି।
