ମହରାଷ୍ଟ୍ରର ଉମେଶ ହତ୍ୟାକାଣ୍ଡ : ପଳାତକ ଅଭିଯୁକ୍ତ ଉପରେ ୨ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ଏନଆଇଏ
ମୁମ୍ବାଇ : ମହାରାଷ୍ଟ୍ରର ଅମରାବତୀ ଜିଲାର ଜଣାଣୁଣା ରସାୟନ ବିଜ୍ଞାନୀ ଉମେଶ କୋଲହେ ହତ୍ୟା ମାମଲାରେ ପଳାତକ ଅଭିଯୁକ୍ତ ସମ୍ପର୍କରରେ ସୂଚନା ଦେଲେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ଅଭିଯୁକ୍ତଙ୍କ ବିଷୟରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଏହି ରାଶି ପୁରସ୍କାର ଭାବରେ ପ୍ରଦାନ କରାଯିବ ବୋଲି ଏଜେନ୍ସି କହିଛି ।
ଏହି ହତ୍ୟା ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଶେଖ ଇରଫାନ ଶେଖ ରହିମ । ଏ ନେଇ ଏହି ହତ୍ୟା ମାମଲାର ଯାଂଚ କରୁଛି । ୨୧ ଜୁନ୍ ରତିରେ ରାତି ୧୦ରୁ ୧୦.୩୦ ମଧ୍ୟରେ ଉମେଶ କୋଲହେଙ୍କୁ ଏକ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଥିଲା । ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି ଯେ ବିଜେପି ନେତା ନୁପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଅପଲୋଡ଼ କରି ଉମେଶ କୋଲହେଙ୍କୁ ହତ୍ୟା କରାଯାଇଛି ।
