ସୋର ଅବକାରୀ ପକ୍ଷରୁ ଚଢ଼ାଉ ,ବିପୁଳ ଜିଞ୍ଜର ଜବତ ଦୁଇ ଜଣ ଗିରଫ
ସୋର : ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୫ ଲିଟର ଜିଞ୍ଜର ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିର‘ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୋର ଅବକାରୀ ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ସୋର ଥାନାପାଖର ପଞ୍ଚାୟତ ଖେରଣା ଗ୍ରାମର ବୈଦ୍ୟନାଥ ଖୁଣ୍ଟିଆଙ୍କ ଘରେ ଚଢ଼ାଉ କରି ୨୦ ଲିଟର ଜିଞ୍ଜର ଜବତ କରିଥିବା ବେଳେ ବୈଦ୍ୟନାଥକୁ ଗିର‘ କରିଥିଲେ. ସେହିପରି ବଳରାମପୁର ଗ୍ରାମରେ ଚଢ଼ାଉ କରି କହେଁଇବାଙ୍କ ଗ୍ରାମର ରତ୍ନାକର ଦାସ ନିକଟରୁ ୨୫ ଲିଟର ଜିଞ୍ଜର ଜବତ କରିବା ସହିତ ଉଭୟଙ୍କୁ ଗିର‘ କରିଥିଲେ । ଅପରାହ୍ଣରେ ଉଭୟଙ୍କ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏଏସଆଇ ଉର୍ମିଳା ବେହେରା ଓ ଶଶୀକାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।ଉତ୍ତରେଶ୍ୱର ସେଣ୍ଟଜାଭିୟର ହାଇସ୍କୁଲ ରେ ନେତାଜୀ ଜୟନ୍ତୀ ପାଳିତ ସୋର, ୨୫/୧-ସୋର ଉତ୍ତରେଶ୍ୱରସ୍ଥିତ ସେଣ୍ଟ ଜାଭୟର୍ସ ହାଇସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫୋଟରେ ବିଦ୍ୟାଳୟ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବିଦ୍ୟାଳୟର ଅଦକ୍ଷ ସଭା ପରିଚାଳନା କରିଥିଲେ ସଭାରେ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି ଅଦକ୍ଷ ପର୍ଶୁରାମ ବେହେରା ଶିକ୍ଷକ ଶିକ୍ଷୟତ୍ରୀ ଦୀପ୍ତିକାନ୍ତ ନାୟକ,ଚନ୍ଦନ ପଟ୍ଟନାୟକ, ସସ୍ମିତା ଦାସ, ରୁକସାର ରିସଦ, ସଞ୍ଜୟ କୁ. ସ. ରମେଶ ଚନ୍ଦ୍ର ସାହୁ ଓ ବିଦ୍ୟାଳୟ ର ଛାତ୍ର ଛତ୍ରୀ ଜଗ ଜିତ ପାତ୍ର, ରଶ୍ମିରଂଜନ ବେହେରା,ପ୍ରତ୍ୟାଶ ଦାସ ଓ ଶୁଭଲଷ୍ମୀ ପ୍ରଧାନ ଆଦି ନେତାଜୀ ଜୀବନୀ ଓ ଦେଶପ୍ରେମ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପରି ଦେଶପ୍ରେମୀ ଓ ନିସ୍ୱାର୍ଥ ବ୍ୟକ୍ତି ଗଢି ତୋଳିବା ପାଁଇ ମତବ୍ୟକ୍ତ କରିଥିଲେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀ ଉପସ୍ଥିତ ରହି ସଭା କାର୍ଯ୍ୟକୁ ସା‘ଲ୍ୟ ମଣ୍ଡିତ କରିଥିଲେ ଶିକ୍ଷକ ଚନ୍ଦନ ପଟ୍ଟନାୟକ ଧନ୍ୟବାଦ କରିଥିଲେ ।
