ମୁମ୍ବାଇର ପ୍ରାଇମ ମଲରେ ଅଗ୍ନିକାଣ୍ଡ ଘଟି ଦୁଇଜଣ ଆହତ
ମୁମ୍ବାଇ : ଶୁକ୍ରବାର ପୂର୍ବାହ୍ନରେ ମୁମ୍ବାଇର ବିଲେପାର୍ଲେ ଅଂଚଳର ଇର୍ଲା ମାର୍କେଟରେ ଚାରି ମହଲା ବିଶିଷ୍ଟ ପ୍ରାଇମ ମଲରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ବହୁ ଚେଷ୍ଟା ପରେ ଅଗ୍ନିଶମ ବିଭାଗର ୧୬ଟି ଯାନ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ବର୍ତମାନ ଥଣ୍ଡା କାମ ଜାରି ରହିଛି ।
ବୃହତମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ ସହକାରୀ କମିଶନର ପ୍ରୀତିରାଜ ଚୌହାନ କହିବା ଅନୁଯାୟୀ ନିଆଁକୁ ଆୟତ କରାଯାଇଛି ଏବଂ ଥଣ୍ଡା କାମ ଚାଲିଛି । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ, କିନ୍ତୁ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ।
