ବିଏମଡବ୍ଲୁ ବାଇକ୍ ଚୋରି କରି ୨ ଗିରଫ
ରାୟଗଡା : ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ପାଇକସାହି ଗ୍ରାମରେ ଗତ ଗୁରୁବାର ରାତିରେ ବ୍ୟବସାୟୀ ବି.ଉମାଶଙ୍କର ପାତ୍ରଙ୍କ ଘରୁ ତାଙ୍କ ବିଏମଡବ୍ଲ୍ୟୁ ବାଇକକୁ ଲୁଟେରାମାନେ ଚୋରି କରି ନେଇଥିଲେ । ଏନେଇ ସେ ଥାନାରେ ଅବିକୋଜ କରିବା ସହ ପୋଲିସକୁ ସିସିଟିଭି ଫୁଟେଜ ଦେଇଥିଲେ । ପରେ ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଏକ ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ । ତେବେ ମୁନିଗୁଡା ଥାନା ଖାଲପଦର ଗ୍ରାମର ଦୁଇ ଯୁବକ ଉକ୍ତ ବାଇକ ଚଲାଉଥିବା ଜାଣିବା ପରେ ପୋଲିସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉରେ ବାଇକ ଜବତ କରାଯିବ ସହ ଦୁଇ ଜଣ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲେ । ଗିରଫ ଦୁଇ ଜଣ ହେଲେ ଖାଲପଦର ଗ୍ରାମର ପରକ୍ଷିତ ପଲକିଆ ଓ କେଦାର ପଲକିଆ l ଏମାନେ ଏକ ଗ୍ଲାମର ଗାଡ଼ିରେ ଆସି ବିଏମଡବ୍ଲ୍ୟୁ ବାଇକ ଚୋରି କରି ନେଇ ଜଙ୍ଗଲରେ ଲୁଚେଇ ରଖିଥିଲେ l ସେମାନେ କେବଳ ବାଇକ ଚଳାଇବା ସଉକ ପାଇଁ ଚୋରି କରିଥିଲେ ବୋଲି ସ୍ୱୀକାର କରିଛନ୍ତି । ଏଥିସହ ବି.ଉମାଶଙ୍କର ପାତ୍ରଙ୍କ ବିଏମଡବ୍ଲ୍ୟୁ ବାଇକର ସମସ୍ତ ନଥିପତ୍ର ଯାଞ୍ଚ କରି ତାଙ୍କ ବାଇକ ତାଙ୍କୁ ହସ୍ତାନ୍ତର କରିଥିବାର ଜଣାପଡିଛି ।
