ଆନ୍ତଃରାଜ୍ୟ ଫୁଟବଲ ମେଚ୍ ପାଇଁ ପ୍ରସ୍ତୁତି ବୈଠକ
ନୀଳଗିରି : ଆସନ୍ତା ଜାନୁଆରୀ ୨୬ତାରିଖରେ ବେଗୁନିଆ ପଂଚାୟତର କମାରଖାଲିଆ ପଡ଼ିଆରେ ଆନ୍ତଃରାଜ୍ୟ ଫୁଟବଲ ମ୍ୟାଚ୍ ପାଇଁ ଆୟୋଜନ ଏସ.ସି. କ୍ଲବ ର ସମସ୍ତ କର୍ମକର୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟର ୮ଗୋଟି ଟିମ୍ ଯଥା ଝାଡ଼ଖଣ୍ଡ, କଟକ, ବାଲେଶ୍ୱର, ବାରିପଦା, ଜଳେଶ୍ୱର, ଟାଟା ପ୍ରମୁଖ ଦଳ ଅଂଶ ଗ୍ରହଣ କରୁଥିଲା ବେଳେ ପଶ୍ଚିମବଙ୍ଗରୁ ୫ଜଣ ରେଫେରୀ ଖେଳ ପରିଚାଳନା କରିବାକୁ ଆସୁଥିବା ବେଳେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ବେଙ୍ଗଲରୁ ୪ଜଣ ଚିୟର୍ସ ଗାଲ ଆସୁଥିବା ନେଇ ଆଜିର ପ୍ରସ୍ତୁତି ବୈଠକରେ କ୍ଲବର ସଭାପତି ରବିନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଚମ୍ପିଆନ ଦଳକୁ ୪୦ହଜାର ଟଙ୍କା ଓ ରନର୍ସଅପ ଦଳକୁ ୩୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ଦାସ ପ୍ରକାଶ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ କ୍ଲବର ସଂପାଦକ ପରମେଶ୍ୱର ସିଂ, ସହ ସଂପାଦକ କାକା ସିଂ, ଉପସଭାପତି ରମାକାନ୍ତ ସିଂ , ସଭ୍ୟ ଲକ୍ଷ୍ମୀଧର ସିଂ, ବିରେନ୍ଦ୍ର ସିଂ, ଦୀଲ୍ଲୀପ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
