ବାରମ୍ବାର ଆବେଦନ କରି ଜେଲ୍ ଗଲେ ୨ ଓକିଲ
ବାଙ୍ଗାଲୋର : କର୍ଣ୍ଣାଟକ ହାଇକୋର୍ଟ ଦୁଇ ଓକିଲଙ୍କୁ ଦୁଇ ମାସ ଜେଲ ପଠାଇଛନ୍ତି। ଏହି ଦୁଇ ଓକିଲ ହେଲେ ଆର ସୁବ୍ରମଣ୍ୟମ୍ ଏବଂ ପି ସଦାନନ୍ଦ। ୱିପ୍ରୋ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଆଜିମ ପ୍ରେମଜୀଙ୍କ ବିରୋଧରେ ଏନଜିଓ ଇଣ୍ଡିଆ ଜାଗ୍ରତ ପକ୍ଷରୁ ଉଭୟେ ଏକ ପିଟିସନ ଦାଖଲ କରିଥିଲେ। ପ୍ରେମଜୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଥିଲା। କିନ୍ତୁ ଉଭୟ ଓକିଲ ସମାନ ମାମଲାରେ ପ୍ରେମଜୀଙ୍କ ବିରୋଧରେ ଅନେକଥର ଆବେଦନ କରିଥିଲେ। ତେଣୁ ହାଇକୋର୍ଟ ଏହି ଦୁଇ ଓକିଲଙ୍କୁ ଅପରାଧିକ ଅବମାନନାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏହି ରାୟ ପ୍ରଦାନ କରି ଜଷ୍ଟିସ ବି ବିରାପ୍ପା ଏବଂ କେ.ଏସ୍ ହେମଲେକାଙ୍କ ଏକ ବେଞ୍ଚ ଉଭୟ ଓକିଲଙ୍କୁ ଦୁଇ ମାସ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛି। ଏହା ବ୍ୟତୀତ, କୋର୍ଟ ଅଦାଲତର ଅବମାନନା ଅଧିନିୟମ ଧାରା ୧୨ (୧) ଅନୁଯାୟୀ ୨,୦୦୦ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି।
