ଲାଞ୍ଚ ନେବା ଅଭିଯୋଗରେ ଗଞ୍ଜାମ ଜିଲା ଶିକ୍ଷା ବିଭାଗର ଦୁଇ କନିଷ୍ଠ କିରାଣୀ ଗିରଫ
ବ୍ରହ୍ମପୁର : ଲାଞ୍ଚ ନେବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗର ଦୁଇ ଜଣ କନିଷ୍ଠ କିରାଣୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କା ସ୍ଥିତ ଜୟପୁର ନୋଡ଼ାଲ୍ ହାଇସ୍କୁଲର କନିଷ୍ଠ କିରାଣୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରାଯାଇଛି । ଜୟପୁର ନୋଡାଲ ହାଇସ୍କୁଲର ଅବସରପ୍ରାପ୍ତ ସାଇନ୍ସ ଆଟେଣ୍ଡାଣ୍ଟ କାଳୀଚରଣ ପାଣିଗ୍ରାହୀଙ୍କ ପେନ୍ସନ୍ ଏବଂ ଅନ୍ୟାନ୍ୟ ସୁବିଧା କରାଇବା ପାଇଁ ଦୁଇ କିରାଣୀ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା ।
ଭିଜିଲାନ୍ସ ବିଭାଗର ସୂଚନା ମୁତାବକ, କାଳୀଚରଣଙ୍କୁ ଦୁଇ ଅଭିଯୁକ୍ତ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସକୁ ଜଣାଇବା ପରେ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଦୁଇ କିରାଣୀଙ୍କୁ ଗିରଫ କରାଯାଇଥିଲା ।
