ମନରେଗା ଯୋଜନାରେ ଦୁର୍ନୀତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ
କାମ ନହୋଇବି ବିଲ୍ ହୋଇଥିବା ଅଭିଯୋଗ, ଖଣ୍ଡନ କଲେ ସରପଞ୍ଚ
ନୀଳଗିରି : ନୀଳଗିରି ବ୍ଲକ ଆରବନ୍ଧ ପଞ୍ଚାୟତରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । କାମ ନହୋଇବି ବିଲ୍ ହୋଇଥିବା ଅଭିଯୋଗ କଲେ ଗ୍ରାମର ଗୋଟିଏ ଗୋଷ୍ଠୀ । ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମର ଆଉଗୋଟିଏ ଗୋଷ୍ଠୀ ସହ ପୂର୍ବତନ ସରପଞ୍ଚ ଓ ନବ ନିର୍ବାଚିତ ସରପଞ୍ଚ ।
ସୂଚନା ଯେ, ଶୁକ୍ରବାର ରାତ୍ରିରେ ନୀଳଗିରି ବ୍ଲକ ଆରବନ୍ଧ ପଞ୍ଚାୟତରେ ଜମି ଉନ୍ନତି କରଣ ପାଇଁ ମନରେଗା ଯୋଜନାରେ ଏକ କାମ ନ ହୋଇବି ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ଆତ୍ମସାତ୍ର ଅଭିଯୋଗକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ । ଗତ ରାତି ଅଧରେ ମେସିନ ଲଗାଇ କାମ କରୁଥୁବା ବେଳେ ସାତଟି ମାଟି ଲୋଡ୍ ଟ୍ରାକ୍ଟରକୁ ଅଟକ ରଖିଥିଲେ ଗ୍ରାମର ଗୋଟିଏ ଗୋଷ୍ଠୀ । ଏନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଏହା ସହ ଶନିବାର ପୂର୍ବାହ୍ନରେ ବରହମପୁର ଥାନା ଅଧିକାରୀ ହେମନ୍ତ କୁମାର ମାଝୀ ଘଟଣାସ୍ଥଳରେ ପହଞ୍ôଚ ମାଟି ଟ୍ରାକ୍ଟରକୁ ଥାନାକୁ ନେଇଥିବା ବେଳେ ପଞ୍ଚାୟତରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଅଭିଯୋଗକୁ ନେଇ ବର୍ତ୍ତମାନର ସରପଞ୍ଚ କୁଳମଣି ନାୟକ ଓ ପୁର୍ବରୁ ଥିବା ସରପଞ୍ଚ ତନୁଜାଶ୍ରୀ ନାୟକ ଏହି ବିଷୟକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ପଞ୍ଚାୟତରେ ଏକ ଟଙ୍କାର ବି ଦୁର୍ନୀତି ହୋଇନାହିଁ ସବୁପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଥିବାର ସୂଚନା ଦେଇଛନ୍ତି । ନିର୍ବାଚନରେ ଯେଉଁ ମାନେ ପରାଜିତ ହୋଇଥିଲେ ସେମାନେ ରାଜନୈତିକ ଆକ୍ରୋଶ ରଖି କିଛି ଲୋକଙ୍କୁ ଭେଳାଇ ମୋତେ ବଦନାମ କରିବା ପାଇଁ ପ୍ରାୟୋଜିତ ଷଡ଼ଯନ୍ତ୍ର କରିଛନ୍ତି ବୋଲି କହିଛନ୍ତି । ଏବିଷୟରେ ନିଳଗିରି ବ୍ଲକର ବିଡିଓ ଅଶେଷ କୁମାର ନାୟକଙ୍କୁ ପଚାରିବାରୁ ଉକ୍ତ ପଞ୍ଚାୟତରେ ୬ଗୋଟି ପ୍ରକଳ୍ପ ତଦନ୍ତ ହୋଇଥିବା ବେଳେ ସେହି ପ୍ରକଳ୍ପ ଠିକ୍ ଠାକ୍ ରହିଛି । ଆଜିର ଯେଉଁ ଅଭିଯୋଗ ହୋଇଛି ଏହାର ମଧ୍ୟ ତଦନ୍ତ କରିବୁ ବୋଲି କହିଥିଲେ ।
