ଗ୍ରୀସର ଦକ୍ଷିଣ ଦ୍ୱୀପପୁଞ୍ଜରେ ୨ ଥର ଭୂକମ୍ପ ଝଟକା
ଏଥେନ୍ସ : ଭୂକମ୍ପରେ ଥରିଲା ଗ୍ରୀସ । ଗ୍ରୀସର ଦକ୍ଷିଣ ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା । ୩ ଘଣ୍ଟା ମଧ୍ୟରେ ୨ ଥର ଥରିଲା ଦକ୍ଷିଣ ଦ୍ୱୀପପୁଞ୍ଜ । ପ୍ରଥମେ ସକାଳ ୫ଟା ୧୫ ମିନିଟରେ ୫.୨ ତିବ୍ରତାର ଭୂକମ୍ପ ହୋଇଥିବା ବେଳେ ଏହାର ଗଭୀରତା ୯ କିଲୋମିଟର ରହିଥିଲା । ଏନେଇ ଏଥେନ୍ସର ଜିଓଡାଇନାମିକ୍ସ ଇନଷ୍ଟିଚ୍ୟୁଟ ତରଫରୁ ସୂଚନା ମିଳିଛି । ଏହାର ପ୍ରଭାବରେ କ୍ରିଟ୍ ଏବଂ କରପାଥୋସ୍, କାସୋସ୍, ରୋଡେସ ଏବଂ ସାଣ୍ଟୋରିନି ଦ୍ୱୀପପୁଞ୍ଜ ଥରି ଉଠିଥିବା ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ମିଳିଛି ।
ସେହିପରି ଉତ୍ତର-ପଶ୍ଚିମ ଦିଗର ୨୫ କିଲୋମିଟର ଦୂରରେ ୫.୪ ତୀବ୍ରତାର ଭୂକମ୍ପ ହୋଇଥିଲା । ସକାଳ ୮ଟା ୫୯ ମିନିଟରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୬.୩ ରହିଥିଲା । ଏନେଇ ଜିଓଡାଇନାମିକ୍ସ ଇନଷ୍ଟିଚ୍ୟୁଟ ତରଫରୁ ରିପୋର୍ଟ ପ୍ରକାଶ ପାଇଛି । ଭୂକମ୍ପରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । ତେବେ ଅନେକ ଥର ଉକ୍ତ ସ୍ଥାନରେ ଭୂକମ୍ପ ହୋଇଥିବା ସୂଚନା ରହିଛି ।
