ବସ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ
କଳାହାଣ୍ଡି : କଳାହାଣ୍ଡି ଜିଲା କେସିଙ୍ଗା ଥାନା ଚିଚର୍ଲା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ।ମୃତକ ଦୁଇ ଜଣ ହେଲେ ବେଲାମାଲ ଗାଁର ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ନିଜ ସଂପର୍କୀୟଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ ଛାଡି ବାଇକ୍ ଯୋଗେ ଉଭୟ ଫେରୁଥିଲେ । ଉକ୍ତ ସମୟରେ କଳାହାଣ୍ଡିରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଫେରୁଥିବା ଏକ ବସ୍ ଧକ୍କା ଦେଇଥିଲା । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ସଂପର୍କରେ ନିକଟସ୍ଥ ପୋଲିସ ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
