ମା’ ହେଲେ ଟିଭି ଷ୍ଟାର ଏବଂ ବ୍ୟବସାୟୀ କାଇଲି ଜେନର୍
ୱାଶିଂଟନ୍ : ଆମେରିକାର ମଡେଲ ତଥା ରିଆଲିଟି ଟିଭି ଷ୍ଟାର ଏବଂ ବ୍ୟବସାୟୀ କାଇଲି ଜେନେରକୁ କିଏ ବା ନ ଜଣେ | ତାଙ୍କର ଫ୍ୟାନ୍ସ ଆଉ ଫୋଲଲରସ ବହୁତ ମାତ୍ରାରେ ଅଧିକ ।
କାଇଲି ଜେନେର ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ଯେ ଘର ପୁଣି ଥରେ ନୂଆ ଅତିଥି ଆସିଛି | ତାଙ୍କର ଏହି କ୍ୟାପସନକୁ ଦେଖିଲେ ଜଣା ପଡିଛି ଯେ ଶିଶୁଟି ବୁଧବାର ଦିନ ଜନ୍ମ ହୋଇଛି । ସେମାନେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଖୁସି ସହ ସ୍ୱାଗତ କରିଛନ୍ତି । ହେଲେ ତାଙ୍କର ପୁଅ ବା ଝିଅ ହେଇଛି ସେ ନେଇ ସ୍ପଷ୍ଟ କରି ନାହାନ୍ତି । ଏହି ଖବର ଶୁଣିବା ପରେ କାଇଲି ଜେନେରଙ୍କ ପ୍ରଶଂସକମାନେ ଖୁବ୍ ଖୁସି ହେବା ସହ ସୋସିଆଲ୍ ମିଡିଆରେ ଦୁହିଁଙ୍କୁ ଶୁଭେଚ୍ଛା ପଠାଇଛନ୍ତି । ଯେଉଁ ଫଟୋରେ ଦୁହିଁଙ୍କ ହାତର ଫଟୋ ଦେଖିବାକୁ ମିଳୁଛି । କାଇଲି ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଏକ ଇମୋଜି ସହିତ ‘୨/୨/୨୨’ କ୍ୟାପସନ୍ ଲେଖିଛନ୍ତି । ସବୁଠାରୁ ବଡ କଥା ହେଲା କ୍ୟାପସନ୍ ବ୍ଲୁ ହାର୍ଟର ଇମୋଜି ସେୟାର କରାଯାଇଛି ।
