ତୁଣୁପୁର ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପଞ୍ଚାୟତର ତୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ନିଳିମା ସ୍ୱାଇଁ ଏହାକୁ ଉଦଘାଟନ କରିଥିଲେ । ୩୦ଟି ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ବଗଡା ଗ୍ରାମର ସିଦ୍ଧ ମରିଚାଣୀ ମନ୍ଦିରରୁ ଅଲମ୍ପିକ ମଶାଲ ଶୋଭାଯାତ୍ରାରେ ଅଣାଯିବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ସୁବନୀ ସାହୁ, ସମିତିସଭ୍ୟା ସୈାଦାମିନୀ ଦାସ ଓ ସ୍କୁଲ ପରିଚାଳନା ସମିତି ସଭାପତି ମାନସ ରଞ୍ଜନ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । କ୍ରୀଡା ଶିକ୍ଷକ ପ୍ରଫୁଲ୍ଲ କୁମାର ରାଉତ ପ୍ରତିଯୋଗିତା ପରିଚାଳନା କରିଥିଲେ ।
