ଟ୍ରକ ଅଟୋ ଧକ୍କା, ୧ ମୃତ ୧ ଗୁରୁତର
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଦୈାତାରୀ ପାରାଦ୍ୱିପ ଜାତୀୟ ରାଜପଥର ବଳଭଦ୍ରପୁର ଛକଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଚିକିତ୍ସାଳୟରେ ଭର୍ତି ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଅପରାହ୍ନ ୪ଟା ସମୟରେ ଏକ ଅଟୋରେ ଶ୍ରମିକ ନୃସିଂହ ଚରଣ ମଲିକଙ୍କ ପୁଅ ବିନୋଦ ମଲିକ ନିଜ ଘର ବାଲିଚନ୍ଦ୍ରପୁର ପଲେଇ ଗ୍ରାମକୁ ଫେରୁଥିବା ବେଳେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବିନୋଦଙ୍କ ପେଟରେ ଏକ ଲୁହା ଆଙ୍ଗେଲ ପଶି ଯିବାରୁ ସେଠାରେ ସେ ମୃତ୍ୟୁବରଣ କରିଥିବାବେଳେ କାହ୍ନୁ ମଲିକ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
