ଟ୍ରାଇର ନିର୍ଦ୍ଦେଶ : ଯେକୌଣସି ବଡ଼ ନେଟୱର୍କ ଆଉଟେଜ୍? (ସଂଯୋଗ ବିଚ୍ଛିନ୍ନ ହେବା) ସମ୍ପର୍କରେ ସୂଚନା ଦେବେ ସବୁ ଦୂରସଂଚାର ସେବା ପ୍ରଦାନକାରୀ
ନୂଆଦିଲ୍ଲୀ : ବୈଷୟିକ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦୂରସଂଚାର ନେଟୱର୍କର ପ୍ରମୁଖ ଦୂରସଂଚାର ନେଟୱର୍କର ସଂଯୋଗ ବିଚ୍ଛିନ୍ନ ହେବା (ଆଉଟେଜ୍?) ସମ୍ପର୍କରେ ଦୂରସଂଚାର ସେବା ପ୍ରଦାନକାରୀମାନେ ଭାରତୀୟ ଟେଲିଫୋନ ନିୟାମକ ପ୍ରାଧିକରଣ (ଟ୍ରାଇ)କୁ ସୂଚନା ଦେଉନଥିବା ଦେଖିବାକୁ ମିଳୁଛି । ଦୀର୍ଘ ସମୟ ଧରି ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ପ୍ରତିକୂଳ ପ୍ରଭାବ ବିଶେଷ କରି ସୀମାବର୍ତୀ କ୍ଷେତ୍ର ଓ ପାର୍ବତ୍ୟାଂଚଳ ଉପରେ ପଡ଼ିଥାଏ । ଏହାଦ୍ୱାରା ପ୍ରଭାବିତ କ୍ଷେତ୍ରରେ ଦୂରସଂଚାର ସେବାର ଗୁଣବତା ବାଧାପ୍ରାପ୍ତ ହୋଇଥାଏ । ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣକୁ ବୁଝିବା ଓ ଆବଶ୍ୟକତା ପଡ଼ିବା କ୍ଷେତ୍ରରେ ସେବା ପ୍ରଦାନକାରୀମାନଙ୍କୁ ସ୍ଥାନୀୟ ଅଧିକାରୀମାନଙ୍କ ଠାରୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରରେ ଏଭଳି କୌଣସି ଆଉଟେଜ୍? ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ନିଷ୍ପତି ନେଇଛି । ଉପରୋକ୍ତ କାରଣକୁ ଦୃଷ୍ଟିରେ ରଖି ଦୂରସଂଚାର ଆକ୍ସେସ ସେବା ପ୍ରଦାନକାରୀଙ୍କୁ ନିମ୍ନଲିଖିତ ରିପୋର୍ଟ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି : କୌଣସି ଜିଲ୍ଲା (କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ପରିଭାଷିତ ରାଜସ୍ୱ ଜିଲ୍ଲା)ର ସମସ୍ତ ଉପଭୋକ୍ତାମାନଙ୍କୁ ନିରନ୍ତର ଚାରି ଘଂଟାରୁ ଅଧିକ ସମୟ ପାଇଁ ଦୂରସଂଚାର ସେବାକୁ ପ୍ରଭାବିତ କରୁଥିବା ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ସମସ୍ତ ଘଟଣା ସମ୍ପର୍କରେ ୨୪ ଘଂଟା ମଧ୍ୟରେ ସୂଚନା ଦେବେ । ଏଥିପାଇଁ ନିର୍ଦ୍ଦିଷ୍ଟ କରାଯାଇଥିବା ଫର୍ମାଟରେ ରିପୋର୍ଟ କରିବା ଲାଗି କୁହାଯାଇଛି । ଏଭଳି ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣ ଏବଂ ୭୨ ଘଂଟା ମଧ୍ୟରେ ପୁନର୍ବାର ନେଟୱର୍କ ସଂଯୋଗର ପୁନରୁଦ୍ଧାର କରାଯିବା ସମ୍ପର୍କରେ ମଧ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ଟ୍ରାଇ ନିକଟରେ ରିପୋର୍ଟ ଦାଖଲ କରାଯିବ । ଏହି ନିର୍ଦ୍ଦେଶନାମା ତତ୍କାଳ ପ୍ରଭାବରେ ଲାଗୁ ହେବ ।
