ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧିଙ୍କ ଶ୍ରଦ୍ଧାଞ୍ଜଳି ସଭା
ବାରିପଦା : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଶ୍ରୀମତୀ ଇନ୍ଦିରା ଗାନ୍ଧଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଜିଲ୍ଲା କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ଜିଲ୍ଲା ମହିଳା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ କଂଗ୍ରେସ ନେତା ବିଜନ ଦାସ, ଜ୍ୟୋତି ପ୍ରକାଶ ରଥ, ଅରବିନ୍ଦ ଦାସ, ଯୋଗେଶ ଅଗ୍ରୱାଲ, ଶାନ୍ତନୁ ପାଲ, ସୁସ୍ମିତା ଘୋସାଲ, ପ୍ରଦୀପ ମିଶ୍ର, ମୋତି ପ୍ରକାଶ ଦାସ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ଶିବାନନ୍ଦ ଦାସ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ରହି ତାଙ୍କର ଫୋଟ ଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରୀମତୀ ଗାନ୍ଧୀ ଙ୍କର ସ୍ମୃତି ଚାରଣ କରି ଭାରତବର୍ଷ ପାଇଁ ତାଙ୍କର ତ୍ୟାଗ ଓ ବଳିଦାନ ବିଷୟରେ ଆଲୋକପାତ କରିଥିଲ।
