ଆଦିବାସୀ ମକର ମେଳା ଉଦ୍ଘାଟିତ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ଅନ୍ତର୍ଗତ ଲଛମନଖଣ୍ଟା ବୀର ହନୁମାନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ସୋମବାର ଆଦିବାସୀ ମକର ମେଳା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ପ୍ରେସ କ୍ଲବ ସଭାପତି ବାଞ୍ଛାନିଧି ଦେ ଏହି ମେଳାକୁ ଉଦଘାଟନ କରି ଆଦିବାସୀ ନୃତ୍ୟ, ପରମ୍ପରା ସାରା ବିଶ୍ୱରେ ଅନନ୍ୟ ବୋଲି ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଡାକ ସେବକ କମଳାକାନ୍ତ ସିଂ, ଶିକ୍ଷକ ନିଜାମୁଦ୍ଦିନ ତୋଗଲକ, ବିଏ ରାଜୀବ ଖାନ ପ୍ରମୁଖ ଯୋଗ ଦେଇଥିଲେ । ତାରାକାନ୍ତ ସିଂ ପୌରାହିତ୍ୟ କରିଥିଲେ । ରବିରାମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ୩ ଦିନ ବ୍ୟାପୀ ଏହି ମେଳା ଚାଲିବ । ଆଦିବାସୀ ନାଚର ତାଳେ ତାଳେ ଉପସ୍ଥିତ ଦର୍ଶକ ଦୀର୍ଘ ସମୟ ବେଶ ଝୁମିଥିବା ଦେଖିବାକୁ ମିଳିଥିଲା ।
