ଜାଗୃତି ଫାଉଣ୍ଡେନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସଂଗଠନ ଜାଗୃତି ଫାଉଣ୍ଡେସନ ଇଣ୍ଡିଆର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦଶରଥପୁର ବ୍ଲକ ଆନ୍ଦୋଳା ବାସୁଦେବପୁର ଗ୍ରାପର ଜଗନ୍ନାଥ ମନ୍ଦିର ସନ୍ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅକରପଡ଼ା ସ୍ୱୟଂ ସହାୟକ ମହାସଂଘର ସଭାପତି ଶଶୀରେଖା ମହାନ୍ତି ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅଶୋକ, କଦମ୍ବ, ନିମ୍ବ, କୃଷ୍ଣଚୁଡ଼ା, ବଉଳ, ପୁଣ୍ଟିଆ ଇତ୍ୟାଦି ଚାରାମାନ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜାଗୃତି ଇଣ୍ଡିଆ ଫାଉଣ୍ଡେସନର ପ୍ରତିଷ୍ଠାନା ଡାକ୍ତର ରବୀନ୍ଦ୍ର କୁମାର ରାଉତରାୟ, ରାଜ୍ୟ ଅଧ୍ୟକ୍ଷା ଡାକ୍ତର ଶୁଭ୍ରା ରାଉତରାୟ, ଜିଲ୍ଲା ଉପସଭାପତି ପାଣ୍ଡବ ଚରଣ ସାହୁ, ସାଧାରଣ ସମ୍ପାଦକ ସୁବାସ ମହାପାତ୍ର, ରାଜ୍ୟ ସଂଗଠକ ପ୍ରଦୀପ କୁମାର ବେହେରାଙ୍କ ସହ ସ୍ଥାନୀୟ ସ୍ୱେଚ୍ଛାସେବୀ କୃତିମୟ ମହାନ୍ତି, ଚନ୍ଦ୍ରକାନ୍ତ ସାହୁ, ସୂର୍ଯ୍ୟକାନ୍ତ ସାହୁ, ବିଜୟ କୁମାର ଜେନା, ସତ୍ୟରଂଜନ ଲେଙ୍କା, ଉତ୍କଳମଣି ଲେଙ୍କା, ସୁଶୀଲ କୁମାର ପ୍ରଧାନ, ସଚ୍ଚିଦାନନ୍ଦ ସାହୁ, ନାରାୟଣ ସାହୁ, ଚମ୍ପା ପ୍ରଧାନ, ଭରତ ପାତ୍ର, ଉଜ୍ଜଲା ମଣି ଲେଙ୍କା, ସବିତା ଲେଙ୍କା, ସରୋଜ କୁମାର ନାୟକ, ଶଶୀ ରେଖା ଲେଙ୍କା ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
