ଲଗାଣ ବର୍ଷା ଯୋଗୁ ଦବିଲା ଟ୍ରେନ୍ ଲାଇନ : ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ, ୧୨ ଟ୍ରେନ୍ ବାତିଲ୍
ଅନୁଗୁଳ : ଅନୁଗୁଳ ଭୋଗବେରିଣୀ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ । ଅନଗୁଳ ଓ ତାଳଚେର ରୋଡ଼ ଷ୍ଟେସନ ମଧ୍ୟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍ । ଲଗାଣ ବର୍ଷା ଯୋଗୁ ଟ୍ରେନ୍ ଲାଇନଟି ଦବି ଯାଇଥିଲା । ଯାହାଫଳରେ ସେହି ରାସ୍ତା ଦେଇ ଯାଉଥିବା ଗହମ ବୋଝେଇ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଫଳରେ ସେହି ରୁଟ୍ରେ ଟ୍ରେନ୍ ଚଳାଚଳା ବାଧାପ୍ରାପ୍ତ ହୋଇଛି । ୧୨ଟି ଟ୍ରେନ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନର ଗତିପଥ ବଦଳିଛି। ଆଉ କେତେକ ଟ୍ରେନର ଚଳାଚଳ ସମୟ ପୁନଃ ନିର୍ଦ୍ଧାରିତ ହୋଇଛି। ଏନେଇ ପୂର୍ବତଟ ରେଲଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯେ, ୧୪ ତାରିଖରେ ୦୮୧୦୫ ନମ୍ବର ରାଉରକେଲା ରୁ ରାଉରକେଲା-ପୁରୀ ସ୍ପେଶାଲ୍, ୦୮୧୦୬ ନମ୍ବର ପୁରୀରୁ ପୁରୀ-ରାଉରକେଲା ସ୍ପେଶାଲ୍, ୦୨୮୬୨ ଭୁବନେଶ୍ୱରରୁ ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ୍, ୦୨୮୬୬ ପୁରୀରୁ ଲୋକମାନ୍ୟ ତିଳକ ସ୍ପେଶାଲ୍, ୦୮୪୯୩ ନମ୍ବର ଭୁବନେଶ୍ୱରରୁ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୯୪ ନମ୍ବର ବଲାଙ୍ଗୀରରୁ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୫୧ ନମ୍ବର ହାଟିଆରୁ ହାଟିଆ-ପୁରୀ ସ୍ପେଶାଲ୍, ୦୮୪୫୨ ନମ୍ବର ପୁରୀରୁ ପୁରୀ-ହାଟିଆ ସ୍ପେଶାଲ୍ , ୦୮୪୨୫ ନମ୍ବର ପୁରୀରୁ ପୁରୀ-ଦୁର୍ଗ ସ୍ପେଶାଲ୍ , ୦୮୧୨୮ ନମ୍ବର ଗୁଣୁପୁରରୁ ଗୁଣୁପୁର-ରାଉରକେଲା ସ୍ପେଶାଲ୍ ଆଦି ଟ୍ରେନକୁ ବାତିଲ କରାଯାଇଛି ।
