ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପରିବାରର ୪ ମୃତ
ରାଉରକେଲା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଟିଏ ପରିବାରର ୪ ମୃତ। ଝାଡଖଣ୍ଡର ଖୁଣ୍ଟି ଥାନା ତୋର୍ପା ନିକଟରେ ବୁଧବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା-ମାଆ ଓ ଦୁଇ ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁହିଁଙ୍କୁ ଚିକିତ୍ସା ପାଇଁ ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ୪ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଇନ୍କୋ କାରକୁ ଜବତ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଏଭଳି ଦୁଃଖଦ ଖବରକୁ ନେଇ ରାଉରକେଲା ସିଭିଲଟାଉନସିପ୍ରେ ଦୁଃଖର ଛାୟା ଖେଳିଯାଇଛି।
ସୂଚନା ଯେ, ରାଉରକେଲା ସିଭିଲଟାଉନସିପ୍ ବଶିଷ୍ଠ ଜୈନ ଓ ତାଙ୍କ ପରିବାର ଇନୋଭା କାର୍ରେ ଝାଡ଼ଖଣ୍ଡ ରାଞ୍ଚି ଦେଇ କୋଲକାତା ରାଣିଗଞ୍ଜର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଆଜି କାର୍ରେ ବଶିଷ୍ଠ ଜୈନ, ଜଣେ ଯୁବତୀଙ୍କ ସହ କହ୍ନେୟା ଜୈନ ପତ୍ନୀ ରମା ଦୁଇ ପିଲା ରାଞ୍ଚି ଦେଇ ଘରକୁ ଫେରୁଥିଲେ। ବଶିଷ୍ଠ ଜୈନ କାର୍ ଚଳାଉଥିଲେ। ଖୁଣ୍ଟି ଜିଲ୍ଲା ତୋରପା ଚୁରାଗୀ ନିକଟ ବୁଲାଣୀରେ ଇନୋଭା କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଭୀର ଖାତରେ ପଡିଯାଇଥିଲା। ଦ୍ରୁତ ବେଗରେ ଥିବାରୁ କାର୍ଟି ସମ୍ପୂର୍ଣ୍ଣ ଚୁର୍ମାର୍ ହୋଇଯାଇଥିଲା। ସମସ୍ତେ କାର୍ ସହ ଖାତ ଭିତରେ ଫସି ରହିଥିଲେ। କାର୍ର ଗେଟ୍ ମଧ୍ୟ ଖୋଲି ନଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ସ୍ଥାନୀୟ ଲୋକ ଗ୍ୟାସ୍ କଟର ସହାୟତାରେ ଡୋର୍ କାଟି ମୃତ୍ୟୁବରଣ କରିଥିବା କେହ୍ନୟା ଓ ତାଙ୍କ ପତ୍ନୀ ରମା ଓ ଦୁଇ ପିଲାଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।


