ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାରକୁ ପଛ ପଟୁ ପିଟିଲା ଟ୍ରକ, ଡ୍ରାଇଭର ମୃତ
ଭୁବନେଶ୍ବର : ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ । ଏହି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଅନେକ ସମୟ ଧରି ରାସ୍ତାଘାଟ ଜାମ୍ ହୋଇଥିଲା । ଯାହାଫଳରେ ଲୋକମାନଙ୍କ ଯିବାଆସିବାରେ ଅସୁବିଧା ହେଉଥିଲା ।
ସୂଚନା ଯେ, ସୋମବାର ସକାଳ ସମୟରେ ପଳାଶୁଣି ଛକରେ ଏକ ଟ୍ରକ ଭାରସାମ୍ୟ ହରାଇ ସିରିଜି୍ ଦୁର୍ଘଟଣା ଘଟାଇଛି । ଏକ କାର୍କୁ ପଛ ପଟୁ ଧକ୍କା ଦେଇଥିଲେ ଟ୍ରକ, ଏହାପରେ ଏକ ବାଇକ୍କୁ ମଧ୍ୟ ଧକ୍କା ଦେଇଥିଲା । ଏହି ସିରିଜ୍ ଦୁର୍ଘଟଣାରେ କାର୍ଟି ସଂପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ପଲ୍ସର ବାଇକ୍ ମଧ୍ୟ ଭାଙ୍ଗିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହାସହିତ ଏହି ସିରିଜ ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ତାଙ୍କ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି ।
