ଓଡ଼ିଶାରେ ଚିହ୍ନଟ ହୋଇନି ଟମାଟୋ ଫ୍ଲୁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ହାତ, ପାଦ ଓ ପାଟିରେ ହେଉଥିବା ରୋଗରେ ରାଜ୍ୟର ୨୬ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଏ ରୋଗକୁ ଆମେ ଟମାଟୋ ଫ୍ଲୁ ନ କହି ଏଚଏମଏଫଡି କହିବା । ସେ କହିଛନ୍ତି, ଏଥିରେ ୩୬ଟି ନମୁନାରୁ ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯, ଖୋର୍ଦ୍ଧା ଗ୍ରାମାଂଚଳରୁ ୨, ପୁରୀରୁ ୩ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର ଏବଂ ସମସ୍ତେ ଭଲ ଅଛନ୍ତି ।
ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଦଳ ନଜର ରଖିଛନ୍ତି । ପଜିଟିଭ ନମୁନାଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି ଏନଆଇଭି ପୁନେକୁ ପଠାଯାଇଛି । ଏ ନେଇ ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ।
