ଟୋକିଓ ଅଲିମ୍ପିକ୍ସ : ସ୍ପେନକୁ ୩-୦ରେ ମାତ୍ ଦେଲା ଟିମ୍ ଇଣ୍ଡିଆ
ଜାପାନ : ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଏକ ଜବରଦସ୍ତ ବିଜୟ ହାସଲ କରିଛି । ଏହି ବିଜୟ ସହ ପୁରୁଷ ହକି ଟିମ୍ ୨ୟ ବିଜୟ ହାସଲ କରିଛି କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବାର ଆଶା ଜୀବନ୍ତ ହୋଇଛି । ପୁରୁଷ ହକି ଦଳ ପୂର୍ବ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ୭-୧ରେ ପରାସ୍ତ ହୋଇଛି ।
ଭାରତୀୟ ହକି ଦଳ ସ୍ପେନକୁ ୩-୦ ରେ ପରାସ୍ତ କରିଛି । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଆରମ୍ଭରୁ ନିଜର ଦବଦବା ଜାହିର କରିଥିଲା । ମ୍ୟାଚରେ ଭାରତର ରୁପିନ୍ଦର ପାଲ ସିଂ ଦୁଇଟି ଗୋଲ ସ୍କୋର କରିଥିବାବେଳେ ସିମରଞ୍ଜିତ ଗୋଟିଏ ଗୋଲ ସ୍କୋର କରିଛନ୍ତି । ଯଦିଓ ସ୍ପେନ୍ ଏଥିରେ ତିନୋଟି ପେନାଲ୍ଟି କର୍ଣ୍ଣର ପାଇଥିଲା । କିନ୍ତୁ ସେମାନେ ଗୋଟିଏ ବି ଗୋଲ୍ ସ୍କୋର କରିପାରିନଥିଲେ । ଭାରତୀୟ ଟିମ ପୁଲ-୧ରେ ନିଜର ୩ୟ ମ୍ୟାଚରେ ସ୍ପେନକୁ ୩-୦ରେ ପରାସ୍ତ କରିଛି । ଭାରତ ପକ୍ଷରୁ ରୁପିନ୍ଦର ପାଲ ସିଂହ ୨ଟି ଓ ସିମରନଜୀତ ସିଂହ ଗୋଟିଏ ଗୋଲ ଦେଇଛନ୍ତି । ଟିମ ଇଣ୍ଡିଆ ପୂର୍ବରୁ ନ୍ୟୁଜିଲାଣ୍ଡକୁ ନିଜର ପ୍ରଥମ ମ୍ୟାଚରେ ୩-୨ ଗୋଲରେ ପରାସ୍ତ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୧-୭ରେ ପରାସ୍ତ ହୋଇଥିଲା ।
