ଟୋକିଓ ଅଲିମ୍ପିକ୍ସ : ସ୍କେଟ୍ ବୋର୍ଡିଂରେ ସ୍ୱର୍ଣ୍ଣ ଜିତିଲେ ଜାପାନର ନିଶିଆ ମୋମୋଜି
Jul 26, 2021; Tokyo, Japan; Funa Nakayama (JPN) competes in the womens street skateboard during the Tokyo 2020 Olympic Summer Games at Ariake Urban Sports Park. Mandatory Credit: Geoff Burke-USA TODAY Sports
ଟୋକିଓ : ଟୋକିଓ ଅଲିମ୍ପିକ୍ସର ଚତୁର୍ଥ ଦିନରେ ମହିଳା ସ୍କେଟ୍ ବୋର୍ଡିଂ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୩ ବର୍ଷର ଦୁଇ କିଶୋରୀ ଖେଳାଳିଙ୍କ ମଧ୍ୟରେ ପଦକ ପାଇଁ ଚାଲିଥିଲା ଫାଇଟ୍ । ଯେଉଁଥିରେ ଜାପାନର ନିଶିଆ ମୋମୋଜି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ରୌପ୍ୟ ପଦକ ହାସିଲ କରିଥିଲେ ବ୍ରାଜିଲର ରାଇସା ଲିଲ୍ ।
ମହିଳା ସ୍କେଟବୋର୍ଡିଂ ଇଭେଣ୍ଟରେ ଜାପାନର ୧୮ ବର୍ଷୀୟା ଫୁନା ନାକାୟାମା ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ତିନୋଟି ଖେଳାଳିଙ୍କ ପାଇଁ ଏହା ପ୍ରଥମ ଅଲିମ୍ପିକ୍ସ ଥିଲା । ଆଉ ଏହି ତିନି ଖେଳାଳିଙ୍କ ପ୍ରଥମ ପ୍ରଦର୍ଶନ ବି ଚମତ୍କାର ଥିଲା । ଆଉ ସେ ଦେଶ ପାଇଁ ପଦକ ଜିତି ଇତିହାସ ମଧ୍ୟ ସୃଷ୍ଟି କରିଥିଲେ ଏହି ତିନି କିଶୋରୀ । ସ୍କେଟ୍ ବୋର୍ଡିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଜାପାନର ନିଶିୟା ମୋମୋଜି ଖୁସିରେ ଆତ୍ମହରା ହୋଇପଡିଥିଲେ । କାନ୍ଦି କାନ୍ଦି ସେ କହିଥିଲେ ଏହି ସଫଳତା ମୋମୋଜି ପାଇଁ ବଡ ଥିଲା ।
