ଟୋକିଓ ଅଲିମ୍ପିକ୍ସ : କୋଲମ୍ଵିଆ ବକ୍ସରଙ୍କଠୁ ହାରିଲେ ମେରି କମ
- ଏମସି ମେରି କମଙ୍କ ଭାଙ୍ଗିଲା ଅଲିମ୍ପିକ ପଦକ ସ୍ଵପ୍ନ
ଟୋକିଓ : ଟୋକିଓ ଅଲିମ୍ପିକ୍ସର ଗୁରୁବାର ସପ୍ତମ ଦିନ । ଭାରତୀୟ ଖେଳାଳିମାନେ ଆଜିର ଦିନରେ ଅନେକ ସଫଳତା ଆଣିଦେଇଥିବା ବେଳେ ଅଧୁରା ରହିଲା ମେରିକମଙ୍କ ୨ୟ ଅଲିମ୍ପିକ୍ସ ପଦକ ସ୍ୱପ୍ନ । ଭାରତୀୟ ମହିଳା ବକ୍ସର ତଥା ୬ ଥରର ବିଶ୍ୱ ଚାମ୍ପିଅନ ଏମସି ମେରିକମଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ ହୋଇଯାଇଛି । ମେରି କମ ମହିଳା ବକ୍ସିଂର ପ୍ରି କ୍ଵାର୍ଟର ଫାଇନାଲରେ କୋଲମ୍ଵିଆର ତୃତୀୟ ମାନ୍ୟତାପ୍ରାପ୍ତ ଇଙ୍ଗ୍ରିଟ୍ ଭାଲେନସିଆଙ୍କଠୁ ପରାଜିତ ହୋଇଛନ୍ତି। ଏଥିସହ ମେରି କମଙ୍କ ଟୋକିଓ ଅଲିମ୍ପିକ ଅଭିଯାନ ନିରାଶର ସମାପ୍ତ ହୋଇଛି।
Tokyo Olympics: Mary Kom bows out after losing to Colombia's Ingrit Valencia
— ANI Digital (@ani_digital) July 29, 2021
Read @ANI Story | https://t.co/1kAuIMNDIP#TokyoOlympics #MaryKom pic.twitter.com/ndurR0MMqV
ପ୍ରଥମ ରାଉଣ୍ଡରେ ମେରି କମ କୋଲମ୍ବିଆ ବକ୍ସରଙ୍କଠୁ ୧-୪ରେ ହାରିଥିଲେ। ଦ୍ଵିତୀୟ ରାଉଣ୍ଡରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଭାରତୀୟ ବକ୍ସର ୩-୨ରେ ଜିତିଥିଲେ। କିନ୍ତୁ ତୃତୀୟ ରାଉଣ୍ଡରେ ଭାଲେନସିଆ ମୁକାବିଲାକୁ ୩-୨ରେ ଜିତି ନେଇଥିଲେ। କୋଲମ୍ବିଆର ଏହି ଖେଳାଳି ୨୦୧୬ ରିଓ ଅଲିମ୍ପିକର କାଂସ୍ୟ ପଦକ ଜିତିଥିଲେ। ମେରି କମ ଏହା ପୂର୍ବରୁ ଦୁଇ ଥର କୋଲମ୍ବିଆ ବକ୍ସରଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଉଭୟ ଥର ଜିତିଥିଲେ। ଏଥିରେ ୨୦୧୯ ବିଶ୍ଵ ଚାମ୍ପିଅନଶିପର କ୍ଵାର୍ଟର ଫାଇନାଲ ମଧ୍ୟ ସାମିଲ। ହେଲେ ଆଜିର ମୁକାବିଲାରେ କୋଲମ୍ବିଆର ବକ୍ସର ଇଙ୍ଗ୍ରିଟ୍ ଭାଲେନସିଆ ତାଙ୍କ ଉପରେ ଭାରି ପଡିଛନ୍ତି। ମେରି କମ ଭାଲେନସିଆଙ୍କଠୁ ୩-୨ରେ ପରାଜିତ ହୋଇଛନ୍ତି।ଏହା ପୂର୍ବରୁ ମେରି କମ ଡୋମିନିକା ଗଣରାଜ୍ୟର ମିଗୁଏଲିନା ଗାର୍ସିଆଙ୍କୁ ହରାଇ ଟୋକିଓ ଅଲିମ୍ପିକର ପ୍ରିକ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୦୧୨ ଅଲିମ୍ପିକରେ ମେରି କମ କାଂସ୍ୟ ପଦକ ଜିତିଥିଲେ।
