ବିଶ୍ୱରେ ଆଉ ୩,୭୨,୫୨୩ ସଂକ୍ରମିତ ଓ ୬,୮୫୩ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୪୨ଲକ୍ଷ ୧୨ହଜାର ୨୫୬ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୮୬ହଜାର ୭୪୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୭୨ହଜାର ୫୨୩ ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୮୫୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୪୨ଲକ୍ଷ ୧୨ହଜାର ୨୫୬ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୮୬ହଜାର ୭୪୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୮୫ଲକ୍ଷ ୯୪ହଜାର ୭୯୯ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧ଲକ୍ଷ ୧୬ହଜାର ୩୦ହଜାର ୭୧୪ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୫ଲକ୍ଷ ୮୮ହଜାର ୬୯ ସଂକ୍ରମିତ ଓ ୬ଲକ୍ଷ ୨୧ହଜାର ୨୫୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୭ଲକ୍ଷ ୪୨ହଜାର ୨୫ ସଂକ୍ରମିତ ଓ ୫ଲକ୍ଷ ୨୩ ହଜାର ୬୯୯ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୮୩ ହଜାର ୬୫୪ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୧୫୨ ମୃତ, ଋଷିଆରେ ୫୫ ଲକ୍ଷ ୮୫ ହଜାର ୭୯୯ ସଂକ୍ରମିତ ଓ ୧ଲକ୍ଷ ୩୭ ହଜାର ୨୬୨ ମୃତ, ତୁର୍କୀରେ ୫୪ ଲକ୍ଷ ୪୦ ହଜାର ୩୬୮ ସଂକ୍ରମିତ ଓ ୪୯ ହଜାର ୮୭୪ ମୃତ, ୟୁକେରେ ୪୮ ଲକ୍ଷ ୭୯ ହଜାର ୬୧୬ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୨୦୭ ମୃତ, ଆର୍ଜେଣ୍ଟିନାରେ ୪୫ ଲକ୍ଷ ୨୬ ହଜାର ୪୭୩ ସଂକ୍ରମିତ ଓ ୯୫ ହଜାର ୫୯୪ମୃତ, କଲୋମ୍ବିଆରେ ୪୩ ଲକ୍ଷ ୨୪ ହଜାର ୨୩୦ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୩୧୪ମୃତ, ଇଟାଲିରେ ୪୨ ଲକ୍ଷ ୬୨ ହଜାର ୫୧୧ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୬୩୭ମୃତ, ସ୍ପେନରେ ୩୮ ଲକ୍ଷ ୮୩ ହଜାର ୮୬୮ ସଂକ୍ରମିତ ଓ ୮୦ ହଜାର ୯୧୧ ମୃତ ରହିଛନ୍ତି ।ବିଶ୍ୱରେ ଆଉ ୩,୭୨,୫୨୩ ସଂକ୍ରମିତ ଓ ୬,୮୫୩ ମୃତ
