ବିଶ୍ୱରେ ଆଉ ୨,୭୪,୫୧୩ ସଂକ୍ରମିତ ଓ ୫,୭୭୨ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୯୫ଲକ୍ଷ ୩୨ହଜାର ୩୭୦ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୮୮ହଜାର ୩୦୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୭୪ହଜାର ୫୧୩ଜଣ ସଂକ୍ରମିତ ହୋଇଥିବାବେଳେ ୫ହଜାର ୭୭୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୯୫ଲକ୍ଷ ୩୨ହଜାର ୩୭୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୮୮ହଜାର ୩୦୬ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୪୧ଲକ୍ଷ ୫୮ହଜାର ୭୨୦ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୪ଲକ୍ଷ ୮୫ହଜାର ୩୪୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୧୮ହଜାର ୯୫୬ ସଂକ୍ରମିତ ଓ ୬ଲକ୍ଷ ୧୭ହଜାର ୪୪୩ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୧କୋଟି ୭୯ଲକ୍ଷ ୬୯ହଜାର ୮୦୬ ସଂକ୍ରମିତ ଓ ୫ଲକ୍ଷ ୨ହଜାର ୮୧୭ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୫୭ ହଜାର ୭୯୮ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୭୭୮ ମୃତ, ତୁର୍କୀରେ ୫୩ ଲକ୍ଷ ୭୫ ହଜାର ୫୯୩ ସଂକ୍ରମିତ ଓ ୪୯ ହଜାର ୨୩୬ ମୃତ, ଋଷିଆରେ ୫୩ ଲକ୍ଷ ୩୪ ହଜାର ୨୦୪ ସଂକ୍ରମିତ ଓ ୧ଲକ୍ଷ ୨୯ ହଜାର ୮୦୧ ମୃତ, ୟୁକେରେ ୪୬ ଲକ୍ଷ ୪୦ ହଜାର ୫୦୭ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୮୧ ମୃତ, ଆର୍ଜେଣ୍ଟିନାରେ ୪୨ ଲକ୍ଷ ୭୭ ହଜାର ୩୯୫ ସଂକ୍ରମିତ ଓ ୮୯ ହଜାର ୪୯୦ମୃତ, ଇଟାଲିରେ ୪୨ ଲକ୍ଷ ୫୩ ହଜାର ୪୬୦ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୨୯୧ମୃତ, କଲୋମ୍ବିଆରେ ୩୯ ଲକ୍ଷ ୬୮ ହଜାର ୪୦୫ ସଂକ୍ରମିତ ଓ ୧ ଲକ୍ଷ ହଜାର ୫୮୨ମୃତ, ସ୍ପେନରେ ୩୭ ଲକ୍ଷ ୬୪ ହଜାର ୬୫୧ ସଂକ୍ରମିତ ଓ ୮୦ ହଜାର ୬୮୯ ମୃତ ରହିଛନ୍ତି ।
