ବିଶ୍ୱରେ ଆଉ ୩,୯୬,୩୩୨ ସଂକ୍ରମିତ ଓ ୮,୪୬୫ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୮୫ଲକ୍ଷ ୮୩ହଜାର ୮୦୨ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୬୬ହଜାର ୫୯୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୯୬ହଜାର ୩୩୨ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୪୬୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୮୫ଲକ୍ଷ ୮୩ହଜାର ୮୦୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୬୬ହଜାର ୫୯୭ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୩୧ଲକ୍ଷ ୧ହଜାର ୩୯୨ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୬ଲକ୍ଷ ୧୫ହଜାର ୮୧୩ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୯୧ହଜାର ୫୮୩ ସଂକ୍ରମିତ ଓ ୬ଲକ୍ଷ ୧୬ହଜାର ୮୯୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୮ଲକ୍ଷ ୨ହଜାର ୧୭୬ସଂକ୍ରମିତ ଓ ୪ଲକ୍ଷ ୯୮ହଜାର ୬୨୧ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୫୨ ହଜାର ୮୭୨ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୭୦୨ ମୃତ, ତୁର୍କୀରେ ୫୩ ଲକ୍ଷ ୫୯ ହଜାର ୭୨୮ ସଂକ୍ରମିତ ଓ ୪୯ ହଜାର ୭୧ ମୃତ, ଋଷିଆରେ ୫୨ ଲକ୍ଷ ୮୧ ହଜାର ୩୦୯ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୪୪୫ ମୃତ, ୟୁକେରେ ୪୬ ଲକ୍ଷ ୧୦ ହଜାର ୮୯୩ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୫୬ ମୃତ, ଇଟାଲିରେ ୪୨ ଲକ୍ଷ ୫୦ ହଜାର ୯୦୨ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୨୨୫ମୃତ, ଆର୍ଜେଣ୍ଟିନାରେ ୪୨ ଲକ୍ଷ ୪୨ ହଜାର ୭୬୩ ସଂକ୍ରମିତ ଓ ୮୮ ହଜାର ୨୪୭ମୃତ, କଲୋମ୍ବିଆରେ ୩୮ ଲକ୍ଷ ୮୮ ହଜାର ୬୧୪ ସଂକ୍ରମିତ ଓ ୯୮ ହଜାର ୭୪୬ମୃତ, ସ୍ପେନରେ ୩୭ ଲକ୍ଷ ୫୭ ହଜାର ୪୪୨ ସଂକ୍ରମିତ ଓ ୮୦ ହଜାର ୬୫୨ ମୃତ ରହିଛନ୍ତି ।
