ଆଜି ପବିତ୍ର ରକ୍ଷା ବନ୍ଧନ, ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ
ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଏବଂ ଗହ୍ମା ପୂର୍ଣ୍ଣିମା । ଆଜି ମଧ୍ୟ ମହାପ୍ରଭୁ ବଳଭଦ୍ରଙ୍କର ଜନ୍ମ ଦିନ । ଏହି ଦିନ ପୁର ପଲ୍ଲୀର ରକ୍ଷା ବନ୍ଧନ ପର୍ବ ପାଳନ କରାଯାଇଥାଏ । ଘରେ ଘରେ ପିଠା ପଣା ଓ ମିଠାର ମହକ । ଭାଇ ହାତରେ ଭଉଣୀ ବାନ୍ଧିଛି ସଂପର୍କର ଡୋରୀ । ଭଉଣୀଟିଏ ନିଜର ରକ୍ଷା ନିମନ୍ତେ ଭାଇ ହାତରେ ରଖି ବାନ୍ଧି ଥାଏ । ପ୍ରତିବଦଳରେ ଭଉଣୀକୁ ଭାଇ ଦେଇଛି ଜିଇଁ ଥିବା ଯାଏ ସୁରକ୍ଷାର ପ୍ରତିଶ୍ରୁତି । ଚଳିତ ବର୍ଷ ବିଭିନ୍ନ ପାଞ୍ଜିକାରେ ତିଥିକୁ ନେଇ ଭିନ୍ନ ଭିନ୍ନ ମତ ରହିଥିବା ବେଳେ ଏହାକୁ ନେଇ ଲୋକେ ଦ୍ଵନ୍ଦରେ ପଡ଼ିଥିଲେ ମଧ୍ୟ ଆଜି ଅନେକ ସ୍ଥାନରେ ଏହି ପର୍ବ ପାଳନ କରାଯାଉଥିବାର ଦେଖା ଯାଇଛି ।
ସୂତା ଖଣ୍ଡିଏ ନୁହେଁ ସେ ସଂପର୍କର ସେତୁ । ଯେତିକି ବିଶ୍ବାସ ଆଖିକୁ ସେତିକି ବିଶ୍ବାସ ରାକ୍ଷୀକୁ । ଚଳିତ ବର୍ଷ ପଞ୍ଜିକାରେ ଆଜି ରକ୍ଷା ବନ୍ଧନ ଓ ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଉଲ୍ଲେଖ ରହିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହେଉଛି ପବିତ୍ର ରକ୍ଷା ବନ୍ଧନ । ଏଥିପାଇଁ ପୁରପଲ୍ଲୀ ଉତ୍ସବ ମୁଖରିତ । ଘରେ ଘରେ ପିଠାପଣା ଓ ମିଠାର ମହକ । ଭାଇ ହାତରେ ଭଉଣୀ ବାନ୍ଧିଛି ସଂପର୍କର ଡୋରୀ । ପ୍ରତିବଦଳରେ ଭଉଣୀକୁ ଭାଇ ଦେଇଛି ଜିଇଁ ଥିବା ଯାଏ ସୁରକ୍ଷାର ପ୍ରତିଶ୍ରୁତି । ଆସନ୍ତାକାଲି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ତଥା ବଳଭଦ୍ର ଜନ୍ମ ନୀତି ପାଳନ ହେବାକୁ ଥିବାରୁ କିଛି ବ୍ୟକ୍ତି ଗୁରୁବାରକୁ ରକ୍ଷାବନ୍ଧନର ଦିନ କହୁଛନ୍ତି ।
ସେପଟେ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାରୁ ଆଜି ରକ୍ଷାବନ୍ଧନ ପାଳନକୁ ବାରଣ କରୁଥିବା ବେଳେ, ଆଉ କିଛି ସପକ୍ଷରେ ଅଛନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ । ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ । ହିନ୍ଦୁ ପାଞ୍ଜି ଗଣନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି । ୩୦ ଅଗଷ୍ଟ ରାତି ୯.୦୨ ମିନିଟ ପର୍ଯ୍ୟନ୍ତ ଏହି ଭଦ୍ରାକାଳ ରହିବ । ସେଥିପାଇଁ ଜ୍ୟୋର୍ତିବିଦଙ୍କ ମତ ଦେଇଛନ୍ତି ଯେ, ୩୧ ତାରିଖ ସକାଳ ୭ ଟା ୫ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣିମା ରହୁଛି। ତେଣୁ ସକାଳ ୭ ଟା ୫ ମିନିଟ ମଧ୍ୟରେ ରାକ୍ଷୀ ବାନ୍ଧି ଦେବା ଉଚିତ ବୋଲି କୁହାଯାଉଛି।
ଜ୍ୟୋତିର୍ବିଦ୍ କହିଛନ୍ତି, ଓଡ଼ିଶାର ଉପକୂଳ ଜିଲ୍ଳାରେ ମୁଖ୍ୟତଃ ଜଗନ୍ନାଥ ପାଞ୍ଜି ଅନୁସାରେ, ମାଙ୍ଗଳିକ କାର୍ଯ୍ୟ ହୋଇଥାଏ । ତେଣୁ ବୁଧବାର ରାକ୍ଷୀ ପୂର୍ଣ୍ଣମୀରେ ଦିନଯାକ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିପାରିବେ । ଗହ୍ମାପୂର୍ଣ୍ଣମୀ ଏବଂ ବଳଭଦ୍ର ଜନ୍ମ ଉତ୍ସବ ମଧ୍ୟ ପାଳନ କରାଯାଇପାରିବ । ସେପଟେ ଉକ୍ରଳରେ ଦିନେ ଏବଂ ଶ୍ରୀମନ୍ଦିରରେ ଦିନେ ତେଣୁ ଗୁରୁବାର, ଶ୍ରୀମନ୍ଦିରରେ ରାକ୍ଷୀ ଲାଗି କରାଯିବ ବୋଲି ସ୍ପଷ୍ଟ କରିଛି ମୁକ୍ତିମଣ୍ଡପ ପଣ୍ଡିତ ସଭା ।
ସୂଚନା ଯେ, ବୁଧବାର ଦିନ ୧୧ଟା ୨୨ ପରଠୁ ଗୁରୁବାର ସକାଳ ୭ଟା ୫୯ ପର୍ଯ୍ୟନ୍ତ ରହିଛି ପୂର୍ଣ୍ଣମୀ ତିଥି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଭଦ୍ରାକାଳ । ତେଣୁ ଭଦ୍ରାକାଳରେ ମଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଯେମିତି ବିବାହ, ବ୍ରତ, ଭୂମିପୂଜା ଆଦି କରାଯାଏ ନାହିଁ । ତେଣୁ ୩୧ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ ପାଇଁ କିଛି ବିଶାରଦ ମତ ରଖୁଛନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହିଁ । ତେଣୁ ଆଜି ବିନା ସଂକୋଚରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ । ଜ୍ୟୋତିର୍ବିଦ୍ କହିଛନ୍ତି ଓଡ଼ିଶାର ଉପକୂଳ ଜିଲ୍ଳାରେ ମୁଖ୍ୟତଃ ଜଗନ୍ନାଥ ପାଞ୍ଜି ଅନୁସାରେ, ମାଙ୍ଗଳିକ କାର୍ଯ୍ୟ ହୋଇଥାଏ ।
