ଆଜି ଜେଲ୍ ଦଣ୍ଡାଦେଶକୁ ସୁରତ ସେସନ୍ କୋର୍ଟରେ ଚାଲେଞ୍ଜ୍ କରିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଆଜି ସୁରତ ଜିଲା କୋର୍ଟଙ୍କ ରାୟକୁ ସୁରତ ସେସନ୍ କୋର୍ଟରେ ଚାଲେଞ୍ଜ୍ କରିବେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ।
୨୦୧୯ ମାନହାନି ମାମଲାରେ ସୁରତ ଜିଲା କୋର୍ଟ ରାହୁଲ୍ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଓ ୧୫୦୦୦ ଟଙ୍କା ଜାରିମାନା କରିଥିଲେ। ୨ ବର୍ଷ ଜେଲ୍ ଦଣ୍ଡାଦେଶ ପାଇବା ପରେ ଲୋକସଭା ସାଂସଦ ପଦରୁ ରାହୁଲ୍ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତେଣୁ, ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ହେବା ରାୟକୁ ରାହୁଲ୍ ଆସନ୍ତାକାଲି ସୁରତ ସେସନ୍ କୋର୍ଟରେ ଚାଲେଞ୍ଜ କରିପାରନ୍ତି। ‘ମୋଦୀ ସାଙ୍ଗିଆ’ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ମାଜିଷ୍ଟ୍ରେଟ୍ଙ୍କ ଆଦେଶକୁ ରଦ୍ଦ କରିବା ଲାଗି ରାହୁଲ୍ ତାଙ୍କ ପିଟିସନ୍ରେ ସେସନ୍ କୋର୍ଟଙ୍କୁ ଅନୁରୋଧ କରିଥାଇ ପାରନ୍ତି ବୋଲି ଆଶା କରାଯାଉଛି।
ସୂଚନା ଯେ, ଉଚ୍ଚତର ଅଦାଲତରେ ଆବେଦନ କରିବା ଲାଗି ଜିଲ୍ଲା ଅଦାଲତ ରାହୁଲ୍ଙ୍କୁ ଜାମିନ ମଞ୍ଜୁର କରିବା ସହିତ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ବାତିଲ କରିଛନ୍ତି। ‘ସବୁ ମୋଦୀ ସାଙ୍ଗିଆଧାରୀ କେମିତି ଚୋର ହେଲେ ବୋଲି’ ରାହୁଲ୍ ଗାନ୍ଧୀ କର୍ଣ୍ଣାଟକର କୋଲାର୍ରେ ଗୋଟାଏ ରାଲିରେ ଉଦ୍ବୋଧନ ଦେବା ବେଳେ କହିଥିଲେ। ଏହା ବିରୋଧରେ ‘ବିଜେପି’ ବିଧାୟକ ପୂର୍ଣ୍ଣେଶ ମୋଦୀ ଜିଲା ଅଦାଲତରେ ମାମଲା ଦାଏର କରିଥିଲେ।
