ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ : ଭେଟି ଦେବେ ୧୫୦୦ କୋଟିର ବିକାଶ ଯୋଜନା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ବାରାଣାସୀ ଗସ୍ତରେ ଯିବେ । ଏହି ଅବସରରେ ସେ ସେଠାରେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ସହ ଶିଳାନ୍ୟାସ କରିବେ ।
Key projects that would be inaugurated in Kashi include:
— Narendra Modi (@narendramodi) July 14, 2021
Multi-level parking at Godaulia.
Ro-Ro Vessels for tourism development.
Three-lane flyover bridge on the Varanasi-Ghazipur Highway. pic.twitter.com/GbNlZuKXAS
ମିଳିଥିବା ସୂଚନା ଅନୁସାରେ ଗୁରୁବାର ଦିନ ପୂର୍ବାହ୍ଣ ପ୍ରାୟ ୧୧ଟା ବେଳକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେଥି ମଧ୍ୟରେ ବନାରସ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମେଡ଼ିକାଲ କଲେଜ ହସପିଟାଲରେ ୧୦୦ ଶଯ୍ୟାବିଶିଷ୍ଟ ଏମସିଏଚ ୱିଙ୍ଗ୍, ଗୋଡାଉଲିଆ ଠାରେ ଏକ ବିବିଧ ସ୍ତରୀୟ ପାର୍କିଂ ବ୍ୟବସ୍ଥା, ବାରାଣାସୀ ଗାଜିପୁର ଜାତୀୟ ରାଜପଥ ଉପରେ ଏକ ତିନିଲେନ ବିଶିଷ୍ଟ ଫ୍ଲାଏଓଭର ସାମିଲ । ଏହିସବୁ ପ୍ରକଳ୍ପ ପ୍ରାୟ ୭୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସେହିଭଳି ପ୍ରାୟ ୮୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଉ କେତେଗୋଟି ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ସେଥିରେ କେନ୍ଦ୍ରୀୟ ପେୋଟ୍ରକେମିକାଲ୍ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନ (ସିପେଟ) ସହାୟତାରେ ପ୍ରତିଷ୍ଠା ହେବାକୁ ଥିବା ଏକ କୌଶଳ ଓ ପ୍ରଯୁକ୍ତି ସହାୟକ କେନ୍ଦ୍ର, ଜଳ ଜୀବନ ମିଶନ ଅଧୀନରେ ୧୪୩ଟି ଗ୍ରାମାଂଚଳ ପ୍ରକଳ୍ପ ଓ ଆମ୍ବ ଓ ଅନ୍ୟାନ୍ୟ ପନିପରିବା ବିକ୍ରୟ ନିମନ୍ତେ କାରଖିଆନଭ ଠାରେ ନିର୍ମିତ ଏକ ସମନ୍ୱିତ କେନ୍ଦ୍ର ସାମିଲ ।
I am delighted to be inaugurating a convention centre Rudraksh in Varanasi. Constructed with Japanese assistance, this state-of-the-art centre will make Varanasi an attractive destination for conferences thus drawing more tourists and businesspersons to the city. pic.twitter.com/ExoBLO6sp3
— Narendra Modi (@narendramodi) July 14, 2021
ସେହିପରି ମଧ୍ୟାହ୍ନ ୧୨.୧୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ନାମକ ଏକ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କକ୍ଷକୁ ଉଦ୍ଧା୪ଟନ କରିବେ ଯାହା ଜାପାନ ସରକାରଙ୍କ ସହାୟତାରେ ନିର୍ମିତ ହୋଇଛି । ଏହା ପରେ ଅପରାହ୍ନ ୨ଟା ବେଳେ ସେ ବିଏଚୟୁର ମାତୃ ଓ ଶିଶୁ ସହାୟତା କେନ୍ଦ୍ର ପରିଦର୍ଶନ କରିବେ । ଏହି ଅବସରରେ ସେ ସେଠାକାର ଅଧିକାରୀ ଓ ମେଡ଼ିକାଲ କର୍ମଚାରୀମାନଙ୍କ ସହିତ କୋଭିଡ଼ ସଂକ୍ରମଣ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
