ରାଜ୍ୟରେ ଆଉ ୪,୪୬୯ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୪ହଜାର ୪୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ହଜାର ୫୪୬ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୯୨୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୧ହଜାର ୭୮୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୨୨୬ ଜଣ ଥିବାବେଳେ ବାଲେଶ୍ୱରରୁ ୩୧୮ଜଣ, ବରଗଡ଼ରୁ ୮୫ଜଣ, ଭଦ୍ରକରୁ ୧୬୫ଜଣ, ବଲାଙ୍ଗୀରରୁ ୫୬ଜଣ, ବୌଦ୍ଧରୁ ୯୦ଜଣ, କଟକରୁ ୪୧୩ଜଣ, ଦେଓଗଡ଼ରୁ ୨୩ଜଣ, ଢେଙ୍କାନାଳରୁ ୨୫୨ଜଣ, ଗଜପତିରୁ ୨୬ଜଣ, ଗଞ୍ଜାମରୁ ୪୩ଜଣ, ଜଗତସିଂହପୁରରୁ ୧୪୦ଜଣ, ଯାଜପୁରରୁ ୩୭୦ଜଣ, ଝାରସୁଗୁଡ଼ାରୁ ୨୭ଜଣ, କଳାହାଣ୍ଡିରୁ ୯୨ଜଣ, କନ୍ଧମାଳରୁ ୨୮ଜଣ, କେନ୍ଦ୍ରାପଡ଼ାରୁ ୫୯ଜଣ, କେନ୍ଦୁଝରରୁ ୯୬ଜଣ, ଖୋର୍ଦ୍ଧାରୁ ୬୧୨ଜଣ, କୋରାପୁଟରୁ ୮୭ଜଣ, ମାଲକାନଗିରିରୁ ୭୫ଜଣ, ମୟୁରଭଞ୍ଜରୁ ୨୧୬ଜଣ, ନବରଙ୍ଗପୁରରୁ ୧୧୮ଜଣ, ନୟାଗଡ଼ରୁ ୧୨୮ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୨୪୩ଜଣ, ରାୟଗଡ଼ାରୁ ୧୩୭ଜଣ, ସମ୍ବଲପୁରରୁ ୬୧ଜଣ, ସୋନପୁରରୁ ୬୦ଜଣ, ସୁନ୍ଦରଗଡ଼ରୁ ୧୦୩ଜଣ ଏବଂ ରାଜ୍ୟ ପୁଲ୍ରୁ ୧୦୬ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୫୧,୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୮୯,୦୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫୯ହଜାର ୩୬୧ଜଣ ସକ୍ରିୟ ମାମଲା ରହିଛି ।
