ରାଜ୍ୟରେ ଖସୁଛି ସଂକ୍ରମଣ, ଆଉ ୨,୮୭୦ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨ହଜାର ୮୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୬୫୨ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୨୧୮ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୨୧ହଜାର ୮୯୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୯୯ଜଣ ଥିବାବେଳେ ବାଲେଶ୍ୱରରୁ ୨୪୦ଜଣ, ବରଗଡ଼ରୁ ୧୪ଜଣ, ଭଦ୍ରକରୁ ୧୨୮ଜଣ, ବଲାଙ୍ଗୀରରୁ ୨୯ଜଣ, ବୌଦ୍ଧରୁ ୧୩ଜଣ, କଟକରୁ ୪୪୦ଜଣ, ଦେବଗଡ଼ରୁ ୫ଜଣ, ଢେଙ୍କାନାଳରୁ ୮୫ଜଣ, ଗଜପତିରୁ ୭ଜଣ, ଗଞ୍ଜାମରୁ ୧୧ଜଣ, ଜଗତସିଂହପୁରରୁ ୧୧୨ଜଣ, ଯାଜପୁରରୁ ୧୯୧ଜଣ, ଝାରସୁଗୁଡ଼ାରୁ ୫ଜଣ, କଳାହାଣ୍ଡିରୁ ୩୬ଜଣ, କନ୍ଧମାଳରୁ ୨୫ଜଣ, କେନ୍ଦ୍ରାପଡ଼ାରୁ ୧୫୭ଜଣ, କେନ୍ଦୁଝରରୁ ୬୬ଜଣ, ଖୋର୍ଦ୍ଧାରୁ ୩୮୪ଜଣ, କୋରାପୁଟରୁ ୬୦ଜଣ, ମାଲକାନଗିରିରୁ ୫୭ଜଣ, ମୟୁରଭଞ୍ଜରୁ ୧୬୪ଜଣ, ନବରଙ୍ଗପୁରରୁ ୩୫ଜଣ, ନୟାଗଡ଼ରୁ ୧୦୫ଜଣ, ନୂଆପଡ଼ାରୁ ୭ଜଣ, ପୁରୀରୁ ୧୬୫ଜଣ, ରାୟଗଡ଼ାରୁ ୫୦ଜଣ, ସମ୍ବଲପୁରରୁ ୨୩ଜଣ, ସୋନପୁରରୁ ୧୦ଜଣ, ସୁନ୍ଦରଗଡ଼ରୁ ୮୭ଜଣ ଏବଂ ରାଜ୍ୟ ପୁଲ୍ରୁ ୬୦ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୨୧,୮୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୮୭,୪୨୦ ଜଣ ସୁସ୍ଥ ହୋଇଥିବା ବେଳେ ୩୦ହଜାର ୨୨୭ଜଣ ସକ୍ରିୟ ମାମଲା ରହିଛି ।ରାଜ୍ୟରେ ଖସୁଛି ସଂକ୍ରମଣ, ଆଉ ୨,୮୭୦ କରୋନା ସଂକ୍ରମିତ ଚିହ୍ନଟ
