ଆଜି ନୟାଗଡ ଜିଲାକୁ ମିଳିବ ବିଏସକେୱାଇରେ ସ୍ମାର୍ଟ ହେଲଥ କାର୍ଡ
ନୟାଗଡ : ଆଜି ନୟାଗଡ ଜିଲାକୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ । ଭିଡିଓ କନଫରେସିଂ ଜରିଆରେ ଆଜି ଜିଲ୍ଲାବାସୀଙ୍କୁ କାର୍ଡବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ଲକ୍ଷ ୨୪ହଜାର ୩୬୮ଟି ପରିବାରର ୭ଲକ୍ଷ ୭୩ହଜାର ୧୮୩ ହିତାଧିକାରୀ ଏଥିରେ ଉପକୃତ ହେବେ । ଏଥି ସହ ୧୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନର ମଧ୍ୟ କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଟିଏସ ପଡ଼ିଆ ଠାରେ ସମସ୍ତ ପ୍ରସ୍ତୁତି କରାଯାଇଛି l ଜିଲ୍ଲାପାଳ ପୋମା ଟୁଡୁ ଓ ପିଡି ସୁବାସ ଚନ୍ଦ୍ର ରାୟ ଉପସ୍ଥିତ ରହି ଏହାର ତଦାରଖ କରିଛନ୍ତି l
ଆଜି ନୟାଗଡବାସୀଙ୍କୁ ମିଳିବ ସ୍ମାର୍ଟ ହେଲଥ କାର୍ଡ
ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ଉଦଘାଟନ କରିବେ । ସଭାରେ ଜିଲ୍ଲାପାଳ ପୋମା ଟୁଡୁ , ଉଚ୍ଚ ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଅରୁଣ ସାହୁ ,ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ରହିବେ । ଉଦଘାଟନର ସିଧା ପ୍ରସାରଣ ଦେଖିବା ପାଇଁ ଜିଲ୍ଲାର ଆଠଟି ବ୍ଲକ ଅଞ୍ଚଳରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି l ବିଧାୟକମାନେ ସେଠାରେ ଉପସ୍ଥିତ ରହି ଏହାର ପରିଚାଳନା କରିବେ l ଏଥିପାଇଁ ପୋଲିସ ପକ୍ଷରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
