ଆଜିି କାମଦା ଏକାଦଶୀ ! ଭଗବାନ ବିଷ୍ଣୁଙ୍କ ପ୍ରସନ୍ନ କରିବା ଲାଗି କରନ୍ତୁ ଏହି କାମ
ଆଜି କାମଦା ଏକାଦଶୀ । ଏହା କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ପଡିଥାଏ ।ଏହିଦିନ ବିଧି ବିଧାନ ସହ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ବ୍ରତ ରଖିବା ସହ ପୂଜା ସମୟରେ ଏକାଦଶୀ ବ୍ରତ କଥା ଶୁଣା ଯାଇଥାଏ । ଭଗବାନ ବିଷ୍ଣୁଙ୍କ କୃପାରୁ ବ୍ୟକ୍ତିଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ମନସ୍କାମନା ପୁରଣ ହୋଇଥାଏ ।
ଏହି ଏକାଦଶୀ ଦିନ ପୂଜା ଶେଷରେ ଭଗବାନ ବିଷ୍ଣୁଙ୍କ ଆରତୀ କରିବା ଆବଶ୍ୟକ । ଧାର୍ମିକ ମାନ୍ୟତାନୁସାରେ ଆରତୀ ଦେବତାମାନଙ୍କ ଗୁଣଗାନ ଏବଂ ଏହାଦ୍ୱାରା ପୂଜାରେ ରହିଯାଇଥିବା ଅଭାବ ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ପୂଜା ପରେ ଆରତୀ କରାଯାଇଥାଏ ।
