ଆଜି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ, ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ ?
ଆଜି ବିଶ୍ୱ ଖାଦ୍ୟ ଦିବସ ଅର୍ଥାତ୍ ୱାର୍ଲ୍ଡ ଫୁଡ୍ ସେଫ୍ଟି ଡେ । ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖରେ ଏହି ଦିବସ ପାଳନ କରାଯାଏ। ଖାଦ୍ୟ ସୁରକ୍ଷା ତଥା କୃଷିର ପ୍ରଚାର ପ୍ରସାର ଓ ଖାଦ୍ୟ ସଙ୍କଟ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ୧୯୪୫ ମସିହାରେ ଅକ୍ଟୋବର ଏହି ଦିନରେ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ହୋଇଥିଲା। ଏହାପରେ ୧୯୭୯ରେ ଏହି ଦିବସ ପାଳନ କରିବା ପାଇଁ ହଙ୍ଗେରିର ତତ୍କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡାକ୍ତର ପଲ ରୋମାନା ଏହି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଗୃହୀତ ହେବା ପରେ ଏବେ ବିଶ୍ୱର ପ୍ରାୟ ୧୫୦ ରୁ ଅଧିକ ଦେଶରେ ଏହି ଦିବସ ପାଳନ ହେଉଛି। ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇବା ବି ବିଶ୍ୱ ଖାଦ୍ୟ ଦିବସର ଉଦ୍ଦେଶ୍ୟ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ ୧୦ ଜଣଙ୍କ ମଧ୍ୟରୁ ଜଣେ ଦୂଷିତ ଖାଦ୍ୟ କିମ୍ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥାନ୍ତି । ଯଦି ବିଶ୍ବର ଜନସଂଖ୍ୟା ଅନୁଯାୟୀ ଦେଖାଯାଏ, ତେବେ ଏହି ସଂଖ୍ୟା ୬୦ କୋଟି ଅତିକ୍ରମ କରିବ । ସୂଚନାନୁଯାୟୀ, ବିଶ୍ବର ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ଖାଦ୍ୟ ଏବଂ ଜଳ ଦ୍ବାରା ହେଉଥିବା ରୋଗରେ ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି ।
୨୦୨୦ ରିପୋର୍ଟରେ ଭାରତର ସ୍ଥାନ ତାଲିକାରେ ୯୪ ଥିବାବେଳେ ୨୦୨୧ରେ ଦେଶ ୧୧୬ତମ ସ୍ଥାନକୁ ଖସି ଆସିଛି । ପୁଷ୍ଟିହୀନ ଜନସଂଖ୍ୟା କ୍ଷେତ୍ରରେ ଭାରତର ଉଦବେଗ୍ ଜନକ ସ୍ଥିତି ଦର୍ଶାଯାଇଛି ରିପୋର୍ଟରେ । ସେପଟେ ଏହି ରିପୋର୍ଟ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ।
FAO ଆକଳନକୁ ଆଧାର କରି ପ୍ରସ୍ତୁତ ଏହି ରିପୋର୍ଟର ବାସ୍ତବତା ଏବଂ ଏହାର ସର୍ବେକ୍ଷଣ ପଦ୍ଧତିରେ ତ୍ରୁଟି ରହିଛି । ଏଥିରେ ଉପଯୁକ୍ତ ଦିଗ ଉପରେ ଧ୍ୟାନ ଦିଆଯାଇ ନାହିଁ । FAO ପକ୍ଷରୁ ବ୍ୟବହୃତ ପଦ୍ଧତି ଅବୈଜ୍ଞାନିକ । ଚାରୋଟି ପ୍ରଶ୍ନ ଆଧାରିତ ମତ ସଂଗ୍ରହର ଫଳାଫଳକୁ ନେଇ ଏହା ପ୍ରସ୍ତୁତ କରାଯାଇଛି, ଯାହା Gallup ପକ୍ଷରୁ ଟେଲିଫୋନ ମାଧ୍ୟମରେ ସଂଗ୍ରହ ତଥ୍ୟକୁ ଆକଳନର ପଦ୍ଧତି ଭାବେ ଗ୍ରହଣ କରାଯାଇଛି ବୋଲି ପ୍ରତିକ୍ରିୟା ଦେଇଛି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ।
ମହାମାରୀ ସମୟରେ ଦେଶରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତ ସରକାର ବ୍ୟାପକ ଅଭିଯାନ ଚଳାଇଥିଲେ । ଏହାର ଭେରିଫାଏ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି । ମାତ୍ର ରିପୋର୍ଟରେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଖାଦ୍ୟ ସହାୟତା ଯୋଗାଇ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ କ୍ଷୁଧା ତାଲିକା ପାଇଁ ମତ ସଂଗ୍ରହରେ ଗୋଟିଏ ହେଲେ ପ୍ରଶ୍ନ ନାହିଁ । ଏଥିସହ ରିପୋର୍ଟରେ କୋଭିଡ-୧୯ ଯୋଗୁଁ ରୋଜଗାର ହରାଇବା, ବ୍ୟବସାୟିକ କ୍ଷତି ଏବଂ ଆୟ ହ୍ରାସର କୌଣସି ପ୍ରଭାବ ଅନ୍ୟ ଦେଶ ଯଥା ଆଫଗାନିସ୍ତାନ, ନେପାଳ, ବାଂଲାଦେଶ ଓ ଶ୍ରୀଲଙ୍କା ଉପରେ ପଡିନାହିଁ ବୋଲି କୁହାଯାଇଛି । ଏପରିକି ଏହି ରାଷ୍ଟ୍ରଗୁଡିକର ପୁଷ୍ଟିହୀନ ଜନସଂଖ୍ୟା ଭାଗରେ ସୁଧାର ଆସିଥିବା ପ୍ରକାଶିତ ହୋଇଛି । ଯାହା ସନ୍ଦେହ ଏବଂ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା କହିଛି ମନ୍ତ୍ରଣାଳୟ ।
ପ୍ରାଣୀର ବିଶେଷକରି ମଣିଷର ସାମଗ୍ରିକ ବିକାଶ : ଶାରୀରିକ, ବୌଦ୍ଧିକ, ଆ୍ମାତ୍ମିକ, ମାନସିକ, ତଥା ଭାବଗତ ଅଭିବୃଦ୍ଧି ପାଇଁ ଖାଦ୍ୟର ଆବଶ୍ୟକତା ଅଛି । ଖାଲି ଯାହା ବୋଇଲେ ତାହାରେ ପେଟ ଭରିଦେଲେ ହେବ ନାହିଁ, ମଣିଷ ପାଇଁ ଖାଦ୍ୟର ପରିମାଣ ଓ ଗୁଣବତ୍ତା ଗୁରୁତ୍ୱପୂର୍ଣ୍ଣ । ଖାଦ୍ୟର ଅଭାବରେ ଅନାହାର ଓ ଅପପୁଷ୍ଟି ଜନିତ ରୋଗ ଯଥା : ମାରସମସ୍ କ୍ୱାସି ଅରକର, ରକ୍ତହୀନତା, ଅଷ୍ଟିଓପୋରୋସିସ୍, ଅନ୍ଧାରକଣା ଏବଂ ଏହି ପ୍ରକାର ଖାଦ୍ୟଭାବ ଜନିତ ରୋଗ ହୁଏ ।
ଏପରିସ୍ଥଳେ ଖାଦ୍ୟ ପ୍ରତିଟି ଲୋକ ପାଖରେ ପହଞ୍ôଚବା ଜରୁରୀ । ବିଶ୍ୱରେ ପ୍ରଚୁର ଖାଦ୍ୟ ଉତ୍ପନ୍ନ ହୁଏ । ଅଥଚ ଖାଉଟି ପାଖରେ ପହଞ୍ôଚପାରେ ନାହିଁ । କିଏବି ଖାଦ୍ୟ ବିନା ମରୁଛି । ଏମିତି ବିଶ୍ୱରେ ୩୦୦ ନିୟୁତ ଲୋକ ପ୍ରତିଦିନ ଭୋକିଲା ରହୁଛନ୍ତି । ଅଥଚ ଏପଟେ ପର୍ଯ୍ୟାପ୍ତ ଖାଦ୍ୟ ନଷ୍ଟ ହେଉଛି । ଭାରତ କଥା ଚିନ୍ତା କଲେ ଦେଖାଯାଏ ଯେ ଭାରତୀୟ ଖାଦ୍ୟ ନିଗମ ରକ୍ଷଣା ବେକ୍ଷଣ ଅଭାବରୁ ୫୮୦ ନିୟୁତ ଟନ୍ ଖାଦ୍ୟ ନଷ୍ଟ କରୁଛିି । ଏପଟେ ଆଦିିବାସୀମାନେ ଖାଦ୍ୟ ନପାଇ ବିଷାକ୍ତ ଛତୁ, ଆମ୍ବ ଟାକୁଆ, ଚେର, ମୂଳ ଓ ପତ୍ର ଇତ୍ୟାଦି ଖାଇ ବିଷ ସଂକ୍ରମଣରେ ମରୁଛନ୍ତି । ଅନ୍ୟ ଅଞ୍ଚଳରେ ଗରିବ ଗୁରୁବାମାନେ ହାଅନ୍ନ ଚିତ୍କାରରେ ପେଟରେ ଓଦାକନା ପକାଇ କାନ୍ଦୁଛନ୍ତି । ଏହି ନଷ୍ଟ ହୋଇଯାଉଥିବା ଖାଦ୍ୟକୁ କିଛି ବିକଳ୍ପ ପନ୍ଥାରେ ସେମାନଙ୍କ ପାଖରେ ପହଞ୍ଚାଇ ପାରିଲେ ଅନ୍ତତଃ ସେମାନେ ବଂଚି ଯାଆନ୍ତେ ।
ପୁନଶ୍ଚ ସାମଗ୍ରିକ ବିକାଶ ପାଇଁ ସୁଷମ ବା ସନ୍ତୁଳିତ ଖାଦ୍ୟର ଜରୁରତ ଅଛି । ଖାଦ୍ୟ କହିଲେ ଶ୍ୱେତସାର, ସ୍ନେହସାର, ପୃଷ୍ଟିସାର, ଖାଦ୍ୟସାର, ଧାତବ ଲବଣ ଏବଂ ଜଳକୁ ବୁଝାଏ । ଖାଦ୍ୟସାର ପୁଣି ‘କ’, ‘ଖ’, ‘ଗ’, ‘ଘ’ ଓ ‘ଙ’ ଇତ୍ୟାଦିରେ ବିଭକ୍ତ । ଧାତବ ଲବଣ କହିଲେ ଲୌହ, ପଟାସିୟମ, ସୋଡ଼ିୟମ, ମଲବଡ଼ିୟମ, ଫସ୍ଫରସ ଏବଂ କ୍ୟାଲ୍ସିୟମକୁ ବୁଝାଏ । ଶରୀରକୁ ସୁସ୍ଥ, ନୀରୋଗ ଓ ଦୀର୍ଘସ୍ଥାୟୀ ପାଇଁ ଏକ ସନ୍ତୁଳିତ ବ୍ୟବସ୍ଥାର ଖାଦ୍ୟକୁ ବୁଝାଏ । ଯାହାର ନାମ ସୁଷମଖାଦ୍ୟ ।
ଖାଦ୍ୟର ଏକକକୁ କ୍ୟାଲୋରୀରେ ହିସାବ କରାଯାଏ । ବିଭିନ୍ନ ଶ୍ରେଣୀର ବ୍ୟକ୍ତି, ଶିଶୁ, ଶ୍ରମିକ, ଗର୍ଭବତୀ ସ୍ତ୍ରୀ, ବୃଦ୍ଧମାନଙ୍କ ପାଇଁ ସମାନ କ୍ୟାଲୋରୀ ଶକ୍ତି ଅବଶ୍ୟକ ନୁହେଁ । ଜଣେ ମ୍ମମ ପରିଶ୍ରମୀ ପାଇଁ ୧୪୦୦ – ୨୮୦୦ କ୍ୟାଲୋରୀ ଦରକାର; ଷାଠିଏ କି.ଗ୍ରା , କଠିନ ପରିଶ୍ରମୀ ପୁରୁଷକୁ ୩୮୦୦ କ୍ୟାଲୋରୀ, ହାଲ୍କା ପରିଶ୍ରମ ପାଇଁ ୨୪୭୫ କ୍ୟାଲୋରୀ ଇତ୍ୟାଦି ବୟସ ଦେଖି, ପରିଶ୍ରମ ଅନୁଯାୟୀ ଅନୁମୋଦିତ ଖାଦ୍ୟ ବ୍ୟବସ୍ଥାର ତାଲିକା ଅଛି । ଏହାର ଅଭାବରେ ବ୍ୟତିକ୍ରମ ଆବଶ୍ୟମ୍ଭାବୀ ।ପ୍ରତିବର୍ଷ ୧୬ ଅକ୍ଟୋବରରେ “ବିଶ୍ୱ ଖାଦ୍ୟ ଦିବସ” ପାଳିତ ହୁଏ ।ଏହା ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଖାଦ୍ୟ ନିରାପତ୍ତା କମିଟି ଦ୍ୱାରା ୧୯୮୩ ମସିହାର ପ୍ରସ୍ତାବ କ୍ରମେ ପାଳିତ ହେଉଛି । ଏହାର ଉଦ୍ଦେଶ୍ୟ ସମସ୍ତଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେବା । ସମସ୍ତେ ଖାଦ୍ୟ ପାଆନ୍ତୁ; ବଂଚନ୍ତୁ; ନୀରୋଗ ହୁଅନ୍ତୁ ଓ ଦୀର୍ଘଜୀବୀ ହୁଅନ୍ତୁ ।
ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ୧୯୭୪ ମସିହାରେ ରୋମଠାରେ ଆୟୋଜିତ ବିଶ୍ୱ ଖାଦ୍ୟ ସମ୍ମିଳନୀ ଘୋଷଣାନାମାରେ କୁହାଯାଇଥିଲା ଯେ : ପୃଥିବୀର କୌଣସି ଦେଶର ପିଲା, ବୟସ୍କ, ପୁରୁଷ ବା ମହିଳା ଭୋକ ଉପାସରେ ରହିବା ଅନୁଚିତ୍ । ଅଖାଦ୍ୟ ବା ଅପପୁଷ୍ଟି ଯୋଗୁଁ ମନୁଷ୍ୟର ଶାରୀରିକ ଓ ମାନସିକ ଦକ୍ଷତା ଯେପରି ହ୍ରାସ ନପାଏ, ସେଥିପ୍ରତି ୍ମାନ ଦିଆଯିବା ଉଚିତ୍ ।
ଏନେଇ ଜାତିସଂଘ ଅଧୀନରେ ବିଶ୍ୱ ସ୍ତରରେ ଖାଦ୍ୟ ଉତ୍ପାଦକ ଓ ବଣ୍ଟନ ମ୍ମରେ ସମନ୍ୱୟ ପାଇଁ ବିଶ୍ୱ ଖାଦ୍ୟ ପରିଷଦ ଗଠିତ ହେଲା ।
ଖାଦ୍ୟ ଓ କୃଷି ସଂଗଠନର ବିଶ୍ୱଖାଦ୍ୟ ନିରାପତ୍ତା କମିଟି ୧୯୮୩ ମସିହାରେ ଖାଦ୍ୟ ନିରାପତ୍ତାର ସଂଜ୍ଞା ସୃଷ୍ଟି କରିଥିଲେ । ଏଥିରେ ଖାଦ୍ୟ ନିରାପତ୍ତାର ତିନୋଟି ଲକ୍ଷ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । (କ) ପର୍ଯ୍ୟାପ୍ତ ପରିମାଣର ଖାଦ୍ୟର ଯୋଗାଣ ଓ ଉପଲବ୍ଧତାକୁ ସୁନିଶ୍ଚିତ କରିବା । (ଖ) ଖାଦ୍ୟ ଯୋଗାଣ ବା ଉପ୍ଲବ୍ଧତାରେ ସ୍ଥିରତା ବଜାୟ ରଖିବା ଏବଂ (ଗ) ସମସ୍ତ ଲୋକଙ୍କ ପାଇଁ ଉପଲବ୍ଧ ଖାଦ୍ୟର ସହଜ ପ୍ରାପ୍ତିକୁ ସୁନଶ୍ଚିତ କରିବା । ତେଣୁ ସର୍ବଦା ସମସ୍ତ ନାଗରିକଙ୍କ ସୁସ୍ଥ ଜୀବନ ପାଇଁ ଆବଶ୍ୟକ ଖାଦ୍ୟର ସହଜ ପ୍ରାପ୍ତିକୁ ସୁନିଶ୍ଚିତ କରିବାକୁ ଖାଦ୍ୟ ନିରାପତ୍ତା କୁହାଯାଏ । ୧୯୮୬ ମସିହାରେ ବିଶ୍ୱ ବ୍ୟାଙ୍କର ‘ଦାରିଦ୍ର୍ୟ ଓ କ୍ଷୁଧା’ ସନ୍ଦର୍ଭରେ ଖାଦ୍ୟ ନିରାପତ୍ତା ସଂଜ୍ଞାରେ କ୍ରିୟାଶୀଳତାସ୍ତରକୁ ଯୋଡ଼ା ଯାଇଥିଲା ।
ସର୍ବଦା ସମସ୍ତ ଜନସାଧାରଣଙ୍କ ସୁସ୍ଥ ଓ କ୍ରିୟାଶୀଳ ଜୀବନ ପାଇଁ ପର୍ଯ୍ୟାପ୍ତ ପରିମାଣ ଖାଦ୍ୟର ସହଜ ପ୍ରାପ୍ତିକୁ ଖାଦ୍ୟ ନିରାପତ୍ତା କୁହାଯାଏ । ଏକଥା କହିବାକୁ ଉଚିତ୍ ମନେ କରୁ ଯେ ଖାଦ୍ୟ ଯୋଗାଇ ଦେବା ଏବଂ ସହଜ ପ୍ରାପ୍ତି କରାଇବା ସହଜ ହୋଇପାରେ । ତେବେ ଯେଉଁଠି ଭୋକ୍ତାର କ୍ରୟ କରିବା ସାମର୍ଥ୍ୟ ନଥିବ ସେଠି କରାଯିବ କ’ଣ? ଯାହାର ଶ୍ରମ ବିନିମୟରେ ପାଇବାର ସାମର୍ଥ୍ୟ ନଥିବ, ସେ କରିବ କ’ଣ? ତା’ ହେଲେ ଆମେ କ’ଣ କ୍ଷୁଧାମୁକ୍ତ ବିଶ୍ୱଟିଏ ଗଢ଼ି ପାରିବା? ଖାଦ୍ୟ ନିରାପତ୍ତା ପରିବାରରୁ ଆରମ୍ଭ କରି ବିଶ୍ୱପାଇଁ ଲମ୍ବିଯାଇଛି । ଜଣେ ବ୍ୟକ୍ତି ବି ଯଦି ଭୋକିଲା ରୁହେ ଆମ ପ୍ରଚେଷ୍ଟା ଅସ‘ଳ ବୋଲି ନିଶ୍ଚିତ କୁହାଯିବ । ଏଥିପାଇଁ କୃଷି, ଉତ୍ପାଦନ, ବଣ୍ଟନ ଏବଂ ପ୍ରାପ୍ତିର ସହଜୀକରଣ ପ୍ରଗତୀକରଣର ଜରୁରୀ ହୋଇ ପଡ଼ିଛି । ଏହାହିଁ ଦେଖିବା କଥା ।
