ଆଜି ବାପି ଲାହିରିଙ୍କର ଅନ୍ତିମ ସଂସ୍କାର
ମୁମ୍ବାଇ : ଭାରତୀୟ ପ୍ରସିଦ୍ଧ ଗାୟକ ତଥା ଭେଟରାନ୍ ସିଙ୍ଗର, କମ୍ପୋଜର ବାପି ଲାହିରିଙ୍କ ଗତ ବୁଧବାର ଦେହାନ୍ତ ହୋଇଛି । ସେ ମୁମ୍ବାଇର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୯ ବର୍ଷ ବୟସ ହୋଇଥିଲା । ଗୁରୁବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏନେଇ ତାଙ୍କ ପରିବାର ପକ୍ଷରୁ ଏକ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ବାପି ଲାହିରିଙ୍କ ପୁଅ ବର୍ତ୍ତମାନ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ସେ ଆମେରିକାରୁ ଆସି ପହଞ୍ଚିବା ମାତ୍ରେ ଅନ୍ତିମ ସଂସ୍କାର ହେବ। ତେବେ ଡାକ୍ତରଙ୍କ କହିବାନୁସାରେ, ଗତ ୧ ମାସ ଧରି ବାପି ଲାହିରିଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ହେଲେ ମଙ୍ଗଳବାର ଦିନ ତାଙ୍କ ଅବସ୍ଥା ଗୁରୁତର ହେବା ମାତ୍ରେ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ଅନୁପମ ଖେରଙ୍କ ସମେତ ଅନେକ ବଲିଉଡ ତାରକା ବାପି ଲାହିରିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ ସଂଗୀତ ଜଗତର ତାରକା ସମେତ ଅନେକ ଲୋକ ଶେଷ ଶ୍ରଦ୍ଧାଞ୍ଜଳି ସମବେଦନା ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ।
