ଆଜି ପବିତ୍ର ରାମ ନବମୀ; ଦଶନ୍ଧୀ ପରେ ବିରଳ ସଂଯୋଗ, ଏମିତି କଲେ ବଦଳି ଯିବ ଭାଗ୍ୟ
ଆଜି ଅର୍ଥାତ୍ ୧୦ ଏପ୍ରିଲ ୨୦୨୨ (ରବିବାର) ହେଉଛି ଅଯୋଧ୍ୟା ରାଜା ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଦିନ। ଏହାକୁ ରାମ ନବମୀ କୁହାଯାଏ। ସନାତନ ଧର୍ମରେ ରାମ ନବମୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ଦିନର ମାହାତ୍ମ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶବାସୀଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁ ଶ୍ରୀ ରାମଙ୍କ କୃପାରେ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ପ୍ରାପ୍ତ ହେଉ ବୋଲି ସେ ପ୍ରାର୍ଥାନା କରିଛନ୍ତି।
ଏଥର ରାମ ନବମୀରେ ଗ୍ରହ ଏବଂ ନକ୍ଷତ୍ରର ଏପରି ମେଳ ହୋଇଛି, ଯାହା କୌଣସି ସାମଗ୍ରୀ କିଣିବା ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହାକୁ ସପିଂ ପାଇଁ ଏକ ସୁବର୍ଣ୍ଣ ସୁଯୋଗ କୁହାଯାଇପାରେ। ଆଜି ରାମ ନବମୀରେ ସମ୍ପତ୍ତି, ଯାନବାହନ ପରି ନୂତନ ଜିନିଷ କିଣିବା ଜୀବନରେ ଶୁଭଫଳ ଆଣିବ। ରାମ ନବମୀରେ ୨୪ ଘଣ୍ଟା ପାଇଁ ରବି ପୁଷ୍ୟ ଯୋଗ ଅଛି। ଏହା ୧୦ ଏପ୍ରିଲରେ ସୂର୍ଯ୍ୟୋଦୟରୁ ଆରମ୍ଭ ହୋଇ ୧୧ ଏପ୍ରିଲ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରହିବ। ରବି ପୁଷ୍ପ ଯୋଗ ସପିଂ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।
ରବି ପୁଷ୍ୟ ଯୋଗ ବ୍ୟତୀତ ଅନ୍ୟ ଏକ ଶୁଭ ସଂକେତ ହେଉଛି ଯେ, ଏଥର ଚୈତ୍ର ନବରାତ୍ରୀ ୯ ଦିନ ପଡୁଛି। ଏହା ବ୍ୟତୀତ ସୱାର୍ଥସିଦ୍ଧି, ସୁକର୍ମା ଯୋଗ, ଧୃତୀ ଯୋଗ ଏବଂ ରବି ଯୋଗ ମଧ୍ୟ ଆଜି ରାମ ନବମୀରେ ତିଆରି ହେଉଛି। ଏହି ତିଥିକୁ ଉଭୟ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଭଲ ବୋଲି ବିବେଚନା କରାଯାଏ। ଶେଷ ଥର ପାଇଁ ଦଶ ବର୍ଷ ତଳେ ଅର୍ଥାତ ୨୦୧୨ ଏପ୍ରିଲ ଏକ ତାରିଖରେ ଏହି ଯୋଗ ଦେଖିବାକୁ ମିଳିଥିଲା। ଆସନ୍ତା ୬ ଏପ୍ରିଲ ୨୦୨୫ରେ ଏହିପରି ସଂଯୋଗ ଗଠନ ହେବ। ଏହିପରି ଶୁଭ ଯୋଗରେ ଆରମ୍ଭ ହୋଇଥିବା କାର୍ଯ୍ୟ ଅତ୍ୟନ୍ତ ଫଳପ୍ରଦ ହୁଏ। ଏଥିରେ ଏକ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, ଗୃହ ପ୍ରବେଶ ଏବଂ ସମ୍ପତ୍ତିରେ ବିନିଯୋଗ କରିବା ବିଶେଷ ଶୁଭ ହେବ।
